ଓଡିଶା

odisha

ETV Bharat / state

ପାରାଦ୍ୱୀପରେ ଇଫକୋ ପକ୍ଷରୁ କୃଷକ ସମାବେଶ

ଇଫକୋ ପକ୍ଷରୁ ପାରାଦ୍ୱୀପରେ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । କମ ପ୍ରଦୂଷଣ ଓ କମ ଖର୍ଚ୍ଚରେ କିଭଳି ଚାଷ କରାଯାଇ ପାରିବ ସେନେଇ ଇଫକୋ ପକ୍ଷରୁ ଦୁଇଟି ଲିକୁଇଟ ନାନୋ ୟୁରିଆ ଓ ନାନୋ ଡିଏପି ପ୍ରସ୍ତୁତ କରାଯାଇଛି। ଅଧିକ ପଢନ୍ତୁ

Farmers public meeting by iffco in Paradeep
Farmers public meeting by iffco in Paradeep

By

Published : Jan 26, 2023, 12:56 PM IST

Farmers public meeting by iffco in Paradeep

ଜଗତସିଂହପୁର:ବୁଧବାର ପାରାଦ୍ୱୀପରେ ଇଫକୋ ପକ୍ଷରୁ କୃଷକ ସମାବେଶ ଆୟୋଜିତ ହୋଇଯାଇଛି । ଇଫକୋ ପରିସରରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାର କୃଷକ ଏଥିରେ ସାମିଲ ହୋଇଥିଲେ । ଏହି ସମାବେଶରେ ଇଫକୋ ଇଣ୍ଡିଆର ଅଧ୍ୟକ୍ଷ ଉଦୟ ଶଙ୍କର ଅଗସ୍ତି ଯୋଗଦେଇ କୃଷକ ମାନଙ୍କ ସହ ଆଲୋଚନା କରିବା ସହ କିପରି ବିନା ପ୍ରଦୂଷଣରେ ଚାଷ କାର୍ଯ୍ୟ କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ । କୃଷକମାନେ ମଧ୍ୟ ଏହି ସାମାବେଶରେ ଯୋଗ ଦେଇ ଖୁସି ପ୍ରକାଶ କରିଛନ୍ତି ।

ପୂର୍ବରୁ ଚାଷୀମାନେ ଦାନାଦାର ଓ ୟୁରିଆ ଆଦି ଫସଲରେ ପ୍ରୟୋଗ କରୁଥିଲେ, ଫଳରେ ଏଗୁଡିକ ମାଟି, ଜଳ ଓ ବାୟୁକୁ ପ୍ରଦୂଷିତ କରୁଥିଲା। ଏହା ଉପରେ ଅଧିକ ଗବେଷଣା କରାଯାଇ କମ ପ୍ରଦୂଷଣ ଓ କମ ଖର୍ଚ୍ଚରେ ଯେଭଳି ଚାଷ କରାଯାଇ ପାରିବ, ତାହାକୁ ନେଇ ଇଫକୋ ପକ୍ଷରୁ ଦୁଇଟି ଲିକ୍ୟିଡ୍‌ ନାନୋ ୟୁରିଆ ଓ ନାନୋ ଡିଏପି ପ୍ରସ୍ତୁତ କରାଯାଇଛି ।

ବିଶ୍ୱରେ ପ୍ରଥମ ଥର ପାଇଁ ଏହି ସାର ଇଫକୋ ନାନୋକୁ ଗୁଜୁରାଟର କଲୋଲ ଠାରେ ବାୟୋ ଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରେ ପ୍ରସ୍ତୁତ କରାଯାଇଛି । ସମଗ୍ର ଦେଶରେ ମଧ୍ୟ ଏହାର ପରୀକ୍ଷଣ କରାଯାଇ ପ୍ରାମାଣିତ ହୋଇଛି ଯେ, ନାନୋ ୟୁରିଆ ବ୍ୟବହାର କରିବା ଦ୍ୱାରା ଦାନାଦାର ଓ ୟୁରିଆର ବ୍ୟବହାର 50 ପ୍ରତିଶତ କମ ହୋଇଥାଏ। ଦାନାଦର ଓ ୟୁରିଆ ଫସଲରେ ପ୍ରୟୋଗ ଦ୍ୱାରା 30 ରୁ 50 ପ୍ରତିଶତ ଯବକ୍ଷାରଜାନ ଫସଲ ଗ୍ରହଣ କରୁଥିବା ବେଳେ ବଳକା ଯବକ୍ଷାରଜାନ , ଆମୋନିଆ, ନାଇଟ୍ରର୍ସ ଅକ୍ସଇଡ଼ ଓ ନାଇଟ୍ରେଟ ମୃର୍ତ୍ତିକା ବାୟୂ ଓ ଭୂତଳ ଜଳରେ ମିଶି ପ୍ରଦୂଷିତ କରୁଛି। ଫଳରେ ମାଟିର ଉର୍ବରତା ନଷ୍ଟ ହେବା ସଙ୍ଗେସଙ୍ଗେ ଆମେ ପାନୀୟ ଜଳ ଭାବେ ଗ୍ରହଣ କରୁଥିବା ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହେଉଥିବାରୁ ବିଭିନ୍ନ ସମୟରେ ଲୋକେ ରୋଗାଗ୍ରସ୍ତ ହେଉଛନ୍ତି।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିର ଭିତରେ ବିଦେଶୀ ପର୍ଯ୍ୟଟକ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ଯାହାକୁ ଦୃଷ୍ଟିରେ ଦେଖି ଅଧିକ ଗବେଷଣା କରାଯାଇ ଏହି ନାନୋ ୟୁରିଆ ଓ ନାନୋ ଡିଏପି ପ୍ରସ୍ତୁତ କରାଯାଇଥିବା ଇଫକୋ ଅଧ୍ୟକ୍ଷ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗଦେଇ ଇଫକୋର ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହ ଏଥିରୁ କୃଷକମାନେ ନିଶ୍ଚୟ ଲାଭବାନ ହେବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details