ଓଡିଶା

odisha

ETV Bharat / state

ବାତ୍ୟା ଉଜାଡିଲା ଆହାର: ଚିନ୍ତାରେ ଚଷାପୁଅ - ଜଗତସିଂହପୁର ଖବର

ଅମଳ ସମୟରେ ବାତ୍ୟା ଉଜାଡିଲା ବର୍ଷକର ଆହାର । ବାତ୍ୟା ଯିବାର 15 ଦିନ ପରେ ବି ଚାଷୀଙ୍କ ଦୁର୍ଦ୍ଦଶା ସରିନି । ଖାଲୁଆ ଜମିରେ ଆଜି ପର୍ଯ୍ୟନ୍ତ ବି ପାଣି ଜମି ରହିଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ଅଧିକ ପଢନ୍ତୁ

ବାତ୍ୟା ଉଜଡିଲା ଆହାର:ଚିନ୍ତାରେ ଚାଷାପୁଅ
ବାତ୍ୟା ଉଜଡିଲା ଆହାର:ଚିନ୍ତାରେ ଚାଷାପୁଅ

By

Published : Dec 22, 2021, 8:34 PM IST

ଜଗତସିଂହପୁର : ଅମଳ ସମୟରେ ବାତ୍ୟା ଉଜାଡିଲା ବର୍ଷକର ଆହାର । ବାତ୍ୟା ଯିବାର 15 ଦିନ ପରେ ବି ଚାଷୀଙ୍କ ଦୁର୍ଦ୍ଦଶା ସରିନି । ଖାଲୁଆ ଜମିରେ ଆଜି ପର୍ଯ୍ୟନ୍ତ ବି ପାଣି ଜମି ରହିଛି । ଧାନଫସଲ ଏହି ପାଣିରେ ବୁଡିକି ରହିଥିବାବେଳେ ସେହି ଧାନରୁ ଏବେ ଗଜା ବାହାରି ଗଛ ସୃଷ୍ଟି ହେଲାଣି। ଅକ୍ଲାନ୍ତ ପରିଶ୍ରମ କରି ସୁନାର ଫସଲ ସୃଷ୍ଟି କରିଥିବା ଚାଷୀ ନିଜ ଆଖି ଆଗରେ ଫସଲ ଉଜୁଡି ଯିବାର ଦୃଶ୍ୟ ଦେଖି ନିଜ ଆଖିର ଲୁହକୁ ରୋକି ପାରୁନି ।

ବାତ୍ୟା ଉଜଡିଲା ଆହାର:ଚିନ୍ତାରେ ଚାଷାପୁଅ

ଏହିଭଳି ଦୃଶ୍ୟ ଆମେ ଦେଖିବାକୁ ପାଇଥିଲୁ ସଦର ବ୍ଲକ ଅନ୍ତର୍ଗତ ତରତଙ୍ଗ ଗାଁରେ । ନାମ ଲକ୍ଷଣ ରାଉତ ବୟସ ୭୦ ଛୁଇଁଲାଣି। ହାତ ଉଧାରି ଆଣି ଦୁଇ ଏକର ଜମି ଚାଷ କରିଥିଲେ । ହେଲେ ବାତ୍ୟା ସବୁ ଉଜାଡିଦେଲା। ଫସଲ ନଷ୍ଟ ହୋଇଗଲା ପରେ ଏବେ ପେଟ ପୋଷିବା ଚିନ୍ତା। ପରିଣତ ବୟସରେ କଣ କରିବେ, କରଜ ଅର୍ଥ ପରିଶୋଧ ସାଙ୍ଗକୁ ପରିବାର ଚିନ୍ତାରେ ସେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଫସଲ କ୍ଷୟକ୍ଷତିର ଆକଳନ କରାଯାଇଥିବା କୁହା ଯାଇଥିବାବେଳେ ଲକ୍ଷଣଙ୍କ ଗାଁକୁ କେହି ଆସିନଥିବା କୁହାଯାଇଛି। ଚାଷୀଙ୍କ ପାଖକୁ ନ ଆସି କିପରି କ୍ଷୟକ୍ଷତିର ଆକଳନ କରାଗଲା । ତାହାକୁ ନେଇ ପ୍ରଶ୍ନ ଉଠିଛି । ଆମେ ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ । ହେଲେ ସେ ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଫସଲ ଉଜୁଡିଯିବା ପରେ ଚାଷୀଙ୍କୁ ଏବେ ଋଣ ପରିଶୋଧ ଚିନ୍ତା ଘରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details