ଓଡିଶା

odisha

ETV Bharat / state

‘ଫନି’ ନେଇ ଜଗତସିଂହପୁର ପ୍ରଶାସନ ପ୍ରସ୍ତୁତ - ଫନି

‘ଫନି’ ବର୍ତ୍ତମାନ ପୁରୀରୁ 720 କିମି ଦୂରରେ ରହିଛି । ସାମୁଦ୍ରିକ ଝଡ ବର୍ତ୍ତମାନ ଅତିରୁ ଅତି ଭୟଙ୍କର ରୂପ ନେଇ ସାରିଛି । ତେବେ ‘ଫନି’ ଜଗତସିଂହପୁର ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ଆଶାଙ୍କା କରାଯାଇଛି ।

ଫଟୋ ସୌଜନ୍ଯ:ପ୍ରତିନିଧି, ଜଗତସିଂହପୁର

By

Published : May 1, 2019, 12:01 AM IST

ଜଗତସିଂହପୁର: ‘ଫନି’ର କରାଳ ରୂପରୁ ବଞ୍ଚିବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ଅପରାହ୍ନରେ ଜିଲ୍ଲାପାଳ ପୁନମ ଗୁହା ତାପସ କୁମାର ଜିଲାର ବରିଷ୍ଟ ଅଧିକାରୀଙ୍କ ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜରୁରୀ ବୈଠକ ଡାକିଥିଲେ ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଜଗତସିଂହପୁର
ସମସ୍ତ ବିଡିଓ, ତହସିଲଦାର ଓ ଜିଲାସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ କରିବା ସହିତ ସଜଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ତେବେ ଜିଲ୍ଲାରେ 938ଟି ଗାଁ ବାତ୍ୟା ପ୍ରବଣ ଭାବେ ଚିହ୍ନଟ କରାଯାଇଛି । ଜିଲ୍ଲାରେ ମୋଟ 45ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି ।


ମାଟି ଘରେ ଓ ତଳିଆ ସ୍ଥାନରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରଛନ୍ତି । ଏଥିସହ ଗୁଜବର ବଶବର୍ତ୍ତୀ ନ ହୋଇ ଟିଭି ଓ ରେଡିଓରେ ପ୍ରସାରିତ ଖବର ଉପରେ ବିଶ୍ବାସ ରଖିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details