ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ବହୁଚର୍ଚ୍ଚିତ ଯୁବ ଇଞ୍ଜିନିୟର ଅମୃତ ଦାଶ ମୃତ୍ୟୁ ଘଟଣା । ତିର୍ତ୍ତୋଲ ପୋଲିସ ଓ SDPOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗତସିଂହପୁର SP ଅଖିଳେଶ୍ବର ସିଂଙ୍କୁ ଭେଟିଲା ପରିବାର । ପୋଲିସ ଏହି ଘଟଣାର ତଦନ୍ତ ନ କରି ଦୁର୍ଘଟଣାର ରୂପ ଦେଉଥିବା ଅମୃତଙ୍କ ପରିବାର ଅଭିଯୋଗ କରିଛନ୍ତି ।
ମୃତକଙ୍କ ମାଆ ସୁଲୋଚନାଙ୍କ ଅଭିଯୋଗ ଅନୁସାରେ, "ଗତ ୨୦୧୯ ଜୁଲାଇ ୨୦ ତାରିଖରେ ତାଙ୍କୁ ପୁଅକୁ ଦୁବୃର୍ତ୍ତ ହତ୍ୟା କରି ଫିଙ୍ଗି ଦେଇଥିଲେ । ହେଲେ ପୋଲିସ ଏହାକୁ ତଦନ୍ତ ନ କରି ଦୁର୍ଘଟଣାର ରୂପ ଦେଇ କେସ୍କୁ ବନ୍ଦ କରିଦେଇଥିଲା । ପୋଲିସର କୋହଳ ଆଭିମୁଖ୍ୟ ଫଳରେ ଅଭିଯୁକ୍ତ ମାନେ ଦଣ୍ଡ ନ ପାଇ ଖୁଲୁମ ଖୋଲା ବୁଲୁଛନ୍ତି ।" ସେ ଏହି ଘଟଣାରେ SDPOଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ।