ଓଡିଶା

odisha

ETV Bharat / state

ଚର୍ଚ୍ଚିତ ଇଞ୍ଜିନିୟର ଅମୃତ ଦାଶ ହତ୍ୟା ଘଟଣା, ନ୍ୟାୟ ଅପେକ୍ଷାରେ ପରିବାର - ଇଞ୍ଜିନିୟର ଅମୃତ ଦାଶ ହତ୍ୟା ଘଟଣା

ଇଞ୍ଜିନିୟର ଅମୃତ ଦାଶ ହତ୍ୟା ଘଟଣାରେ ତଦନ୍ତ କରିବା ନେଇ ପରିବାର ଲୋକଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

Engineer amrut dash murder case
Engineer amrut dash murder case

By

Published : Jan 22, 2023, 1:06 PM IST

Engineer amrut dash murder case

ଜଗତସିଂହପୁର:କୁଜଙ୍ଗ ଅଞ୍ଚଳରେ ବହୁ ଚର୍ଚ୍ଚିତ ଇଞ୍ଜିନିୟର ଅମୃତ ଦାଶ ହତ୍ୟା ଘଟଣା । ଏନେଇ ପାରାଦ୍ୱୀପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୃତ ଅମୃତ ଦାଶଙ୍କ ମାଆ ଓ ଭାଇ । ଏଥସହ ନ୍ୟାୟ ଭିକ୍ଷା ପାଇଁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଉର୍ଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ମୃତ ଅମୃତଙ୍କ ଭାଇ ସୁବ୍ରତ ଦାଶ ଅଭିଯୋଗ କରିଛନ୍ତି ଯେ,'' ମୋ ଭାଇ ୨୦୧୯ ଜୁଲାଇ ୨୦ ତାରିଖରେ କଟକରୁ କୁଜଙ୍ଗ ଫେରୁଥିବା ସମୟରେ ତିର୍ତ୍ତୋଲ ଥାନା ନିକଟରେ ତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇ ଚାଲି ଯାଇଥିଲା । କିନ୍ତୁ ପୋଲିସ ଏ ଘଟଣାରେ ତଦନ୍ତ ନକରି ସଡକ ଦୁର୍ଘଟଣାର ରୂପ ଦେଇଥିଲା । ଏଥସହ ବିନା ତଦନ୍ତରେ କେଶକୁ ରଫାଦଫା କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସୁବ୍ରତ ।''

ପୂର୍ବରୁ ଏହି ହତ୍ୟା ଘଟଣା ନେଇ ମୃତ ଅମୃତଙ୍କ ପରିବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ପରିବାର ଲୋକେ ବାଧ୍ୟହୋଇ ଲୋକସଭା ଭବନ ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ । ସେହି ସମୟରେ ସରକାରଙ୍କ ପକ୍ଷରୁ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଏହି ଘଟଣାକୁ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ମୃତ ଅମୃତ ଦାସଙ୍କ ଭାଇ ଆହୁରି ଅଭିଯୋଗ କରିଛନ୍ତି ଯେ, '' ତାଙ୍କ ଭାଇର ହତ୍ୟାକାଣ୍ଡ ପଛରେ ଅନେକ ରାଜନୈତିକ ବ୍ୟକ୍ତିଙ୍କ ହାତ ରହିଥିବା ଅଭିଯୋଗ ଆଣିଛନ୍ତି । ଶାସକ ଦଳର ଦୁଇଜଣ ବରିଷ୍ଠ ନେତାଙ୍କ ସମ୍ପୃକ୍ତି ଥିବା ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଓଡ଼ିଶାରେ ପୀଡିତ ପରିବାରଙ୍କୁ ପୋଲିସ ନ୍ୟାୟ ଦେବାରେ ବିଫଳ ବୋଲି ସୁବ୍ରତ କହିଥିଲେ । ଓଡ଼ିଶାରେ ନ୍ୟାୟ ନମିଳିବାରୁ ସେମାନେ ବାଧ୍ୟ ହୋଇ ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ଏହି ଘଟଣାରେ ଯଦି ସିବିଆଇ ତଦନ୍ତ କରେ ତେବେ ସେ ପ୍ରକୃତ ନ୍ୟାୟ ପାଇ ପାରିବେ ବୋଲି ମୃତ ଅମୃତ ଦାସଙ୍କ ଭାଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ''

କଣ ଥିଲା ସମ୍ପୂର୍ଣ୍ଣ ଘଟଣା:ଗତ ୨୦୧୯ ଜୁଲାଇ ୨୦ ତାରିଖରେ କଟକରୁ କୁଜଙ୍ଗ ଫେରୁଥିଲେ ଇଞ୍ଜିନିୟର ଅମୃତ ଦାଶ । କିନ୍ତୁ ସେ କଟକ ଯାଇ ଆଉ ନଫେରିବାରୁ ପରେ ତାଙ୍କ ମୃତଦେହ ମିଳିଥିଲା । ଫେରିବା ବାଟରେ ତିର୍ତ୍ତୋଲ ଥାନା ନିକଟରେ ତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଅଭିଯୋଗ ଆଣିଥିଲେ । ଘଟଣାକୁ ୪ ବର୍ଷ ବିତିଯାଇଥିବା ବେଳେ ଆଜି ବି ନ୍ୟାୟ ଅପେକ୍ଷାରେ ପରିବାର ସଦସ୍ୟ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details