ପାରାଦୀପ: ଗତ 14 ତାରିଖରେ ପାରାଦୀପ ସମୁଦ୍ରକୂଳରୁ ନିଖୋଜ ହୋଇଯାଇଥିବା ନବମ ଶ୍ରେଣୀ ଛାତ୍ର ପ୍ରୀତମଙ୍କ ସନ୍ଧାନ ଆଜିପର୍ଯ୍ୟନ୍ତ ମିଳିପାରିନାହିଁ । ତେଣୁ ଏହା ଏକ ସୁପରିକଳ୍ପିତ ଅପହରଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଇଛି । ଯାହାକୁ ନେଇ ପୋଲିସ ଅଧିକ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ 14 ତାରିଖ ଦିନ ପାରାଦୀପ ଭଞ୍ଜ କଲୋନୀର ପ୍ରମୋଦ ଦାସଙ୍କ ପୁଅ ପ୍ରୀତମ, ସ୍କୁଲକୁ ଯାଇ ଆଉ ଫେରି ନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ ସମୁଦ୍ର କୂଳରେ ପ୍ରୀତମଙ୍କ ପ୍ୟାଣ୍ଟ, ସ୍କୁଲ ବ୍ୟାଗ, ସ୍କୁଲ ଆଇ କାର୍ଡ ଓ ସାଇକେଲ ପଡିଥିବାର ଦେଖିବାକୁ ପାଇଥିଲେ । ହେଲେ ପ୍ରୀତମଙ୍କ ପତ୍ତା ମିଳିପାରି ନଥିଲା । ସମୁଦ୍ରକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡିଯାଇଥିବା ପୋଲିସ ସନ୍ଦେହ କରି ତଟରକ୍ଷୀ ବାହିନୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ମିଳିପାରି ନଥିଲା ।