ଓଡିଶା

odisha

ଛାତ୍ର ନିଖୋଜ ଘଟଣା: ଗଡୁଛି ଦିନ ପୋଲିସ ହାତ ଖାଲି, ଥାନା ଘେରିଲେ କଲୋନୀବାସୀ

By

Published : May 18, 2022, 10:26 AM IST

Updated : May 18, 2022, 11:12 AM IST

ଛାତ୍ର ନିଖୋଜ ଘଟଣାକୁ 4 ଦିନ ବିତିଲାଣି ହେଲେ ପୋଲିସ ହାତ ଖାଲି । କୌଣସି ପଦକ୍ଷେପ ନେଇନାହିଁ ପୋଲିସ । ଘଟଣାରେ ଥାନା ଘେରାଉ କରିଛନ୍ତି ପରିବାର । ପାରାଦ୍ବୀପ ଲାଇଟ ହାଉସ ନିକଟ ସମୁଦ୍ର କୂଳରୁ ନିଖୋଜ ହୋଇଥିଲେ ନବମ ଶ୍ରେଣୀ ଛାତ୍ର । ଅଧିକ ପଢନ୍ତୁ

ପୋଲିସର ବିଫଳତାକୁ ନେଇ ଥାନା ଘେରିଲେ କଲୋନୀବାସୀ
ପୋଲିସର ବିଫଳତାକୁ ନେଇ ଥାନା ଘେରିଲେ କଲୋନୀବାସୀ

ପାରାଦ୍ବୀର:ଛାତ୍ର ନିଖୋଜ ଘଟଣାକୁ 4 ଦିନ ବିତିଲାଣି ହେଲେ ପୋଲିସ ହାତ ଖାଲି । କୌଣସି ପଦକ୍ଷେପ ନେଇନାହିଁ ପୋଲିସ । ଘଟଣାରେ ଥାନା ଘେରାଉ କରିଛନ୍ତି ପରିବାର । ପାରାଦ୍ବୀପ ଲାଇଟ ହାଉସ ନିକଟ ସମୁଦ୍ର କୂଳରୁ ନିଖୋଜ ହୋଇଥିଲେ ନବମ ଶ୍ରେଣୀ ଛାତ୍ର। ଯାହାକୁ ନେଇ ପାରାଦ୍ବୀପ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ଘେରାଉ କରିଛନ୍ତି ନିଖୋଜ ଛାତ୍ର ପ୍ରିତମ ଦାସଙ୍କ ପରିବାର ଓ ଗୋପାଳଜୀୟୁ କଲୋନୀ ବାସିନ୍ଦା। ଥାନା ଘେରାଉ କରିବା ସହିତ ଅଭିଯୋଗ ପୁଅର ତୁରନ୍ତ ଖୋଜିବାକୁ ଅଡି ବସିଛନ୍ତି ପରିବାର ।

ପୋଲିସର ବିଫଳ କରି ଥାନା ଘେରିଲେ କଲୋନୀବାସୀ

ସୂଚନାଅନୁସାରେ, ପ୍ରିତମ ନିଖୋଜ ହେବା ଦିନ ସ୍କୁଲରୁ ଛୁଟି ହୋଇ ଘରକୁ ଫେରିବା ବଦଳରେ ସମୁଦ୍ର କୂଳକୁ ଯାଇଥିଲା । ଆଉ ଘରକୁ ଫେରି ନଥିଲା । ନିଖୋଜ ପ୍ରିତମ ସହିତ ତାର ଦୁଇ ଜଣ ସାଙ୍ଗ ସାଥିହୋଇ ସମୁଦ୍ରକୁ ଆସିଥିଲେ । ଦୁଇ ସାଙ୍ଗ ଘରକୁ ଫେରିଥିଲେ ମଧ୍ୟ ପ୍ରୀତମ ଘରକୁ ଫେରିନଥିଲା । ଅପରାହ୍ନରେ ଘର ଲୋକେ ପ୍ରିତମର ସାଇକେଲ, ସ୍କୁଲବ୍ୟାଗ, ଜୋତା ଓ ପ୍ୟାଣ୍ଟ ସମୁଦ୍ର କୂଳରେ ପଡ଼ିଥିବା ଖବର ପାଇ ଲାଇଟହାଉସ ନିକଟସ୍ଥ ସମୁଦ୍ର କୂଳରେ ପରିବାର ଲୋକଙ୍କ ସହିତ କଲୋନୀ ବାସିନ୍ଦାଙ୍କ ଭିଡ଼ ଜମିଥିଲା ।

ଘଟଣାକୁ 4ଦିନ ପୁରିଥିଲେ ମଧ୍ୟ ନିଖୋଜ ଛାତ୍ର ପ୍ରିତମର କୌଣସି ସନ୍ଧାନ ମିଳିନାହିଁ । ପୋଲିସ ପଦକ୍ଷେପ ନେବାରେ ବିଫଳ ହୋଇଥିବା କହି ମଙ୍ଗଳବାର ପରିବାର ସହିତ କଲୋନୀ ବାସିନ୍ଦା ଥାନା ଘେରାଉ କରିଛନ୍ତି । ଅଭିଯୋଗ ରହିଛି ପୁଅ ସାଥିରେ ରହିଥିବା ଦୁଇ ଛାତ୍ରଙ୍କଠାରୁ କୌଣସି ତଥ୍ୟ ଆଦାୟ କରିବାରେ ପୋଲିସ ସମ୍ପୂର୍ଣ ବିଫଳ ହୋଇଛି ଯାହାକୁ ନେଇ ସନ୍ଦେହ ବଢ଼ିବାକୁ ଲାଗିଛି । ପାରାଦୀପ ଏ.ଏସ.ପି ନିମାଇଁ ଚରଣ ସେଠି ଜଟାଧାର ସାମୁଦ୍ରିକ ଥାନାରେ ପହଞ୍ଚିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ଅନୁସନ୍ଧାନ ଜାରି ରହିଥିବା କହିଛନ୍ତି । ନିଖୋଜ ଛାତ୍ରକୁ ଖୋଜିବା ପାଇଁ କୋଷ୍ଟଗାର୍ଡ, ଅଗ୍ନିଶମ ବିଭାଗ, ପୋଲିସ ପ୍ରଶାସନ କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ଛାତ୍ରର ଦୁଇ ସାଙ୍ଗ ଛୋଟପିଲା ହୋଇଥିବାରୁ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ନ ଥିଲେ ମଧ୍ୟ ପୋଲିସ ଘଟଣା ଉପରେ ନଜର ରଖିଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 18, 2022, 11:12 AM IST

ABOUT THE AUTHOR

...view details