ଓଡିଶା

odisha

ETV Bharat / state

ପୁଣି ଯୌତୁକ ଜୁଇରେ ଜଳିଲା ବଧୂ !

ଜଗତସିଂହପୁର ପାରାଦ୍ୱୀପ ଲକଥାନା ଅନ୍ତର୍ଗତ ରଙ୍ଗିଆ ଗଡ଼ରେ ଅଭାବନୀୟ ଘଟଣା । ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

By

Published : Sep 4, 2022, 12:55 PM IST

ପୁଣି ଯୌତୁକ ଜୁଇରେ ଜଳିଲା ବଧୂ !
ପୁଣି ଯୌତୁକ ଜୁଇରେ ଜଳିଲା ବଧୂ !

ପାରାଦ୍ବୀପ: ପୁଣି ଯୌତୁକ ଜୁଇରେ ଜଳିଲା ବଧୂ । ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ପାରାଦ୍ୱୀପ ଲକଥାନା ଅନ୍ତର୍ଗତ ରଙ୍ଗିଆ ଗଡ଼ରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ରିଙ୍କି ।

ପୁଣି ଯୌତୁକ ଜୁଇରେ ଜଳିଲା ବଧୂ !

ମିଳିଥିବା ସୂଚନା ଅନୁଯାୟୀ, ପାରାଦ୍ୱୀପ ଲକଥାନା ଅନ୍ତର୍ଗତ ଚାନ୍ଦିନୀ ଗ୍ରାମର ଇନ୍ଦ୍ରଜିତ ରାମକୁ ସେହି ଗ୍ରାମର ରିଙ୍କି ବର୍ଷକ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ଶାଶୂଘର ଲୋକେ ବିଭିନ୍ନ ସମୟରେ ଅଧିକ ଯୌତୁକ ଦାବିକରି ରିଙ୍କିଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ । ତେବେ ଗତ ଦୁଇଦିନ ତଳେ ଘର ମଧ୍ୟରୁ ରିଙ୍କିର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଯୌତୁକ ଲୋଭୀ ସ୍ବାମୀ: ୩ ଲକ୍ଷ ପାଇଁ ସାନିଟାଇଜର ଢାଳି ସ୍ତ୍ରୀ ଦେହର ନିଆଁ ଲଗାଇଲା

ତେବେ ଝିଅର ମୃତ୍ୟୁ ହୋଇଥିବା ନେଇ ରିଙ୍କିଙ୍କ ବାପାଙ୍କୁ ଖବର ଦେଇଥିଲେ ଶ୍ବଶୂର ଘର ଲୋକେ । ଏନେଇ ଘଟଣାସ୍ଥଳରେ ମୃତ ମହିଳାଙ୍କ ବାପା ପହଞ୍ଚି ଲକ ଥାନାରେ ଝିଅକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ପାରାଦ୍ୱୀପ ଲକଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ରିଙ୍କିଙ୍କର ଶାଶୂଘର ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶନିବାର ପରିବାର ଲୋକେ ଏସିପିଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ତେବେ ରିଙ୍କିଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ ଏହା ପୂର୍ବରୁ ଏରସମା ଥାନା ଅନ୍ତର୍ଗତ ଜିରାଇଲୋ ଗାଁରେ ଯୌତୁକ ପାଇଁ ଲୁହା ରଡ଼ରେ ବୋହୂକୁ ମାଡ ମରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ମୋଟର ସାଇକେଲ ପାଇଁ ଶଶୁଘର ଲୋକେ ବୋହୂକୁ ମାଡ ମାରି ଆହତ କରିବା ପରେ ବାପାଘର ଆଗରେ ଫିଙ୍ଗିଦେଇଥିଲେ । ଏହା ପରେ ଗାଁ ଲୋକେ ବାପ ପୁଅକୁ କାବୁ କରିବା ସହ ମାଡ଼ ମାରି ପୋଲିସର ଜିମା ଦେଇଥିଲେ ।

ତେବେ କିଛି ଦିନ ତଳେ ଯୌତୁକ ଟଙ୍କା ପାଇଁ ସ୍ତ୍ରୀକୁ ପୋଡି ମାରିବାକୁ ସ୍ବାମୀ ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଥିଲା । ଯୌତୁକ ଲୋଭରେ ସ୍ତ୍ରୀକୁ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିଲା ସଇତାନ ସ୍ବାମୀ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରୁ ଏପରି ଦୁଃଖ ଖବର ସାମ୍ନାକୁ ଆସିଥିବା ବେଳେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା ।

ABOUT THE AUTHOR

...view details