ଓଡିଶା

odisha

ETV Bharat / state

ଇଟିଭି ଭାରତ ପ୍ରଭାବ: ଖବର ପ୍ରସାରଣ ପରେ ସୁକାନ୍ତଙ୍କୁ ବଢିଲା ସହାୟତାର ହାତ

ଖବର ପ୍ରସାରଣ ପରେ ଚେଇଁ ଉଠିଲା ପ୍ରଶାସନ । ଜଗତସିଂହପୁର ଜିଲ୍ଲା ବନଦୁର୍ଗା ଗ୍ରାମର ସୁକାନ୍ତ ଜେନାଙ୍କୁ ଶନିବାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି । ଅଧିକ ଖବର ପଢନ୍ତୁ...

By

Published : Nov 30, 2019, 9:54 PM IST

ଇଟିଭି ଭାରତ IMPACT; ଖବର ପ୍ରସାରଣ ପରେ ସୁକାନ୍ତଙ୍କୁ ବଢିଲା ସହାୟତାର ହାତ
ଇଟିଭି ଭାରତ IMPACT; ଖବର ପ୍ରସାରଣ ପରେ ସୁକାନ୍ତଙ୍କୁ ବଢିଲା ସହାୟତାର ହାତ

ଜଗତସିଂହପୁର: ଖବର ପ୍ରସାରଣ ପରେ ଚେଇଁ ଉଠିଲା ପ୍ରଶାସନ । ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତର ବନଦୁର୍ଗା ଗ୍ରାମର ସୁକାନ୍ତ ଜେନାଙ୍କୁ ଶନିବାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛି ।

ଇଟିଭି ଭାରତ IMPACT; ଖବର ପ୍ରସାରଣ ପରେ ସୁକାନ୍ତଙ୍କୁ ବଢିଲା ସହାୟତାର ହାତ

ସୁକାନ୍ତ ଦୀର୍ଘ 4 ବର୍ଷ ଧରି ମାନସିକ ବିକୃତି ରୋଗରେ ପୀଡ଼ିତ ହୋଇ ଶିକୁଳିରେ ବନ୍ଧାହୋଇ ରହିଥିଲେ । ସୁକାନ୍ତଙ୍କ ମାଆ ବି କ୍ୟାନ୍ସର ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା ।

ଆର୍ଥିକ ସମ୍ବଳ ନଥିବାରୁ ଉଭୟ ମାଆ ଓ ପୁଅର ଚିକିତ୍ସା ହୋଇପାରିନଥିଲା । ଏସମ୍ପର୍କରେ 'ଇଟିଭି ଭାରତ'ରେ ପ୍ରଥମେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଶନିବାର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୁକାନ୍ତ ଜେନାଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details