ଜଗତସିଂହପୁର: ଯେଉଁ କେନାଲ ଦିନେ ଶୁଖିଲା ପଡିଥିଲା, ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେଠାରେ ପାଣି ଆସୁନଥିଲା, ଆଜି ସେହି କେନାଲରେ ପୁଣି ଆରମ୍ଭ ହୋଇଛି ଜଳ ଯୋଗାଣ । ଇଟିଭି ଭାରତରେ ଏନେଇ ଖବର ପ୍ରସାରିତ ହେବା ପରେ କେନାଲରେ ପାଣି ଆସିଥିବା ଜଣା ପଡିଛି । ଫଳରେ ଚାଷୀ ମୁହଁରେ ହସ ଫୁଟିବା ସହ ଚାଷ ଜମିକୁ ପାଣି ମାଡିବା ପରେ ଶୁକବାର ତଳି ରୁଆ କାମ ଆରମ୍ଭ କରାଯାଇଛି ।
ସୂଚନା ଅନୁଯାୟୀ ଜିଲ୍ଲାରେ ଅନିୟମିତ ମୌସୁମୀ ବର୍ଷା ସାଙ୍ଗକୁ ଜଳସେଚନ ବିଭାଗ ଅଧୀନରେ ଆସୁଥିବା ମୁଖ୍ୟ କେନାଲ ସମେତ ଶାଖା ଓ ଆଖପାଖ କେନାଲ ଗୁଡିକରେ ପାଣି ଛାଡିବାରେ ଆହେତୁକ ବିଳମ୍ବ ହେଉଥିଲା । ଫଳରେ ପାଣି ସମସ୍ୟା ଉତ୍କଟ ହୋଇଥିଲା । ଯାହାକୁ ନେଇ ଚାଷ କାର୍ଯ୍ୟ ପାଇଁ ସମସ୍ୟରେ ପଡିଯାଇଥିଲା ଚାଷୀ । ଜୁନ ଶେଷ ସୁଦ୍ଧା କେନାଲରେ ପାଣି ଆସି ତଳି ରୁଆ ସରିଯିବା କଥା । କିନ୍ତୁ ଜଳାଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।