ଓଡିଶା

odisha

ETV Bharat / state

ମହଙ୍ଗା ପଡିଲା ପିସି ପ୍ରୀତି, ଲାଞ୍ଚୁଆ ପିଇଓଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ - ନାରାୟଣ ଦାସଙ୍କୁ ନିଲମ୍ବିତ

ଇଟିଭି ଭାରତର ମହାପ୍ରଭାବ । ମଠ ଅଭଡ଼ା ଖଳା ନିର୍ମାଣରେ ବି ପିସି ମୋଟା ଅଙ୍କର ପିସି ନେଇଥିଲେ ଲାଞ୍ଚୁଆ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଏହି ଖବର ଇଟିଭି ଭାରତ ପ୍ରଥମେ ପ୍ରସାରିତ ହୋଇଥିଲା । ପରେ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ନାରାୟଣ ଦାସଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

ETV Bharat Impact, Currupted PEO suspended by the collector jagatsinghpur
ମହଙ୍ଗା ପଡିଲା ପିସି ପ୍ରୀତି, ଲାଞ୍ଚୁଆ ପିଇଓଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

By

Published : Oct 2, 2020, 10:45 PM IST

Updated : Oct 2, 2020, 10:56 PM IST

ଜଗତସିଂହପୁର: ଇଟିଭି ଭାରତର ମହାପ୍ରଭାବ । ମଠ ଅଭଡ଼ା ଖଳା ନିର୍ମାଣରେ ବି ପିସି ମୋଟା ଅଙ୍କର ପିସି ନେଇଥିଲେ ଲାଞ୍ଚୁଆ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଏହି ଖବର ଇଟିଭି ଭାରତ ପ୍ରଥମେ ପ୍ରସାରିତ ହୋଇଥିଲା । ପରେ ଏହି ଘଟଣାରେ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ନାରାୟଣ ଦାସ ନିଲମ୍ବିତ ହୋଇଛନ୍ତି।

ମହଙ୍ଗା ପଡିଲା ପିସି ପ୍ରୀତି, ଲାଞ୍ଚୁଆ ପିଇଓଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ଗତ ବୁଧବାର ଖବର ପ୍ରସାରଣ ପରେ, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଘଟଣାର ତଦନ୍ତ ପାଇଁ ପିଡ଼ି, ଜିଲ୍ଲା ପଞ୍ଚାୟତ ଅଫିସର, ଏକଜୁଟିଭ ଅଫିସର ଡିଆରଡିଏଙ୍କୁ ନେଇ ଏକ କମିଟି ଗଠନ କରିଥିଲେ।

ଶୁକ୍ରବାର ଗଠିତ କମିଟି ଜିଲ୍ଲାପାଳଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ । ଏହାପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାସହ ପିଇଓ ନାରାୟଣ ଦାସଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।

ତେବେ ନିଲମ୍ବନ ପରେ ଏ ସମ୍ପର୍କରେ ଜିଲ୍ଲାପାଳ କିମ୍ବା ସମ୍ପୃକ୍ତ ପିଇଓ ଗଣମାଧ୍ୟମକୁ କିଛି କହିବାକୁ ମନା କରିଦେଇଛନ୍ତି।

ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ପାଟେଣି ଗାଁ ପଞ୍ଚାୟତର ପ୍ରହରାଜ ପୁର ଗ୍ରାମର ଗୋପାଳ ଜୀଉ ମଠକୁ ଅଭଡ଼ା ଖଳା ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ 4 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ଗ୍ରାମବାସୀ ମାନେ ମିଶି କାମ କରିଥିଲେ। ମାତ୍ର ବିଲ୍ ହେବା ବେଳକୁ ଲାଞ୍ଚୁଆ ପିଇଓ ନାରାୟଣ ଦାସ ଜେଇଙ୍କ 3 ପ୍ରତିଶତ, ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ 2 ପ୍ରତିଶତ, ବିଡ଼ିଓ ଓ କ୍ୟାସିୟରଙ୍କ ବାବଦ ପିସି 27 ହଜାର ଟଙ୍କା କାଟି ରଖିଥିଲେ। ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏଥିସହିତ ମଠ ଅଭଡ଼ା ଖଳା ନିର୍ମାଣରେ ବି ପିସି ନେବାକୁ କିପରି ଦୁର୍ନିତୀ ଘୋର ଅଧିକାରୀ ପଛଉନାହାନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Oct 2, 2020, 10:56 PM IST

ABOUT THE AUTHOR

...view details