ଓଡିଶା

odisha

ETV Bharat / state

‘ଇଟିଭି ଭାରତ’ର ପ୍ରଭାବ: ଚେତିଲା ପ୍ରଶାସନ, ଦୂର ହେଲା ରାସ୍ତା ସମସ୍ୟା - ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌

ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ସବୁ ଜାଣି ଚୁପ ବସିରହିଥିଲା । ହେଲେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ଓ ଦୂର ହୋଇଛି ଲୋକଙ୍କର ବର୍ଷ ବର୍ଷର ସମସ୍ୟା ।

etv bharat impact, jagatsinghpur latest news, road problem in jagatsinghpur, ଜଗତସିଂହପୁରରେ ରାସ୍ତା ସମସ୍ୟା, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଇଟିଭି ଭାରତ ମହାପ୍ରଭାବ
ଇଟିଭି ଭାରତ ମହାପ୍ରଭାବ: ଚେତିଲା ପ୍ରଶାସନ, ଦୂର ହେଲା ରାସ୍ତା ସମସ୍ୟା

By

Published : Dec 27, 2019, 9:43 PM IST

ଜଗତସିଂହପୁର: ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ସବୁ ଜାଣି ଚୁପ ବସିରହିଥିଲା । ଫଳରେ ଗମନାଗମନ ପାଇଁ ରାସ୍ତାଟିଏ ନପାଇ ପ୍ରାୟ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଥିଲେ ନାଉଗାଁ ବ୍ଲକର 14ଟି ପଞ୍ଚାୟତର ଲୋକେ । ହେଲେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ଓ ଦୂର ହୋଇଛି ଲୋକଙ୍କର ବର୍ଷ ବର୍ଷର ସମସ୍ୟା ।

ଇଟିଭି ଭାରତ ମହାପ୍ରଭାବ: ଚେତିଲା ପ୍ରଶାସନ, ଦୂର ହେଲା ରାସ୍ତା ସମସ୍ୟା

ପ୍ରକାଶ ଯେ ବାଲିକୁଦା ପୂର୍ତ୍ତ ବିଭାଗ ଅଧିନରେ ଥିବା ନାଉଗାଁ ଶିଖର ଘାଟଠାରୁ 55ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୀର୍ଘ ଦିନ ଧରି ଅସମ୍ପୂର୍ଣ୍ଣ ହୋଇ ପଡିଥିଲା । ଏହି 9 କିଲୋମିଟର ରାସ୍ତାକୁ ସମ୍ପୂର୍ଣ୍ଣ କରିବା ପାଇଁ 2016ରୁ ଏକ ଘରୋଇ ଠିକା ସଂସ୍ଥାକୁ 4କୋଟି 39 ଲକ୍ଷ ଟଙ୍କାର ଟେଣ୍ଡର ଦିଆଯାଇଥିଲା । ହେଲେ ଠିକା ସଂସ୍ଥା ରାସ୍ତା କାମ କରିବା ପରିବର୍ତ୍ତେ ରାସ୍ତାକୁ ତାଡି ଛାଡି ଦେଇଥିଲା ।

ଏସମ୍ପର୍କରେ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ବି କିଛି ସୁଫଳ ମିଳିନଥିଲା । ଶେଷରେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ଚେତିଛି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ । ଫଳରେ ଏବେ ରାସ୍ତା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details