ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଛି । ଠିକା ଶ୍ରମିକଙ୍କୁ ସରକାରୀ ଧାର୍ଯ୍ୟ ଦରମା ମିଳୁନଥିବା ଅଭିଯୋଗ କରି ଶ୍ରମିକମାନେ ଆଜି ଅଭୟ ଚାନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଠିକା କମ୍ପାନି ଭାବେ କାର୍ଯ୍ୟ କରୁଥିବା ଏଲଆଣ୍ଡଟି ଆପେକ୍ସ କମ୍ପାନି ଶ୍ରମିକ ମାନଙ୍କୁ ଠିକ ଭାବେ ଦରମା ଦେଉନଥିବା ନେଇ ଅଭିଯୋଗ କରିଛନ୍ତି ।
ଠିକା କମ୍ପାନୀକୁ ଦରମା ମାଗିଲେ କମ୍ପାନି କର୍ତ୍ତୃପକ୍ଷ ଧମକ ଚମକ ଦେଉଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଶତାଧିକ ଠିକା ଶ୍ରମିକ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଠିକା କମ୍ପାନି ଶ୍ରମିକଙ୍କୁ କେତେବେଳ କମ ପଇସା ଦେଉଛନ୍ତି ତ ଆଉ କେତେବେଳେ ପଇସା କାଟି ଦେଉଛନ୍ତି । ଯଦି ଏ ବାବଦରେ ମୁହଁ ଖୋଲନ୍ତି କେହି ତେବେ ତାଙ୍କୁ ଅନେକ ଦୁର୍ବ୍ୟବହାର କରାଯାଏ । ଏହାସହ ବାରମ୍ବାର ଚାକିରିରୁ ବାହାର କରି ଦେବାର ଧମକ ମଧ୍ୟ ଦେଉଛନ୍ତି । ଖାଲି ସେତିକି ନୁହେଁ କମ୍ପାନି ନିଜେ ଭୂଲ କରେ ଆଉ କର୍ମଚାରୀଙ୍କୁ ଦୋଷ ଦିଏ । ଯଦି କମ୍ପାନି କୌଣସି ଭୂଲ ନକରନ୍ତା ତେବେ ଆମେ କାହିଁକି ଆନ୍ଦୋଳନ କରନ୍ତୁ । ଅଧିକାଂଶ ସମୟରେ ପେମେଣ୍ଟ ହୋଇଥିଲେ ମଧ୍ୟ ତାହା କର୍ମଚାରୀଙ୍କ ଖାତାକୁ ପଠାଯାଇ ନଥାଏ ।