ଓଡିଶା

odisha

ETV Bharat / state

ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି - ପାରାଦୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି

ପାରାଦ୍ୱୀପରେ ସାତଦଫା ଦାବିନେଇ ପାରାଦ୍ବୀପ ତୈଳ ବିଶୋଧନାଗାର ସମ୍ମୁଖରେ ଏମ୍ପ୍ଲୋୟିଜ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କମ୍ପାନୀ ସମ୍ମୁଖରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

ପାରାଦୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି
ପାରାଦୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି

By

Published : Jun 8, 2022, 3:29 PM IST

ପାରାଦ୍ୱୀପ: ସାତ ଦଫା ଦାବି ନେଇ ପାରାଦ୍ୱୀପ ତୈଳ ବିଶୋଧନାଗାର ସମ୍ମୁଖରେ ଏମ୍ପ୍ଲୋୟିଜ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କମ୍ପାନୀ ସମ୍ମୁଖରେ ଧାରଣା ଦିଆଯାଇଛି । ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ‘‘ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ଶ୍ରମିକ ମାନଙ୍କୁ ଶୋଷଣ କରୁଛନ୍ତି । ତୈଳ ବିଶୋଧନାଗାରରେ କାର୍ଯ୍ୟରତ ଟେକ୍ନିସିଆନ, ବିଦ୍ୟୁତ କର୍ମଚାରୀ ଓ ଅନ୍ୟ ବିଭାଗରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଅତି ବିପଦ ସଂକୁଳ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି ।’’

ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି

ସେହିପରି 8 ଘଣ୍ଟାରୁ ଅଧିକ ସମୟ କାମ କରାଉଥିଲେ ମଧ୍ୟ ଅଧିକ ସମୟ କାମର ପାରିଶ୍ରମିକ ଦିଆଯାଉନଥିବା ଶ୍ରମିକ ସଂଗଠନ ଅଭିଯୋଗ କରିଛି । ସେହିପରି ଦେହ ଖରାପ ସମୟରେ ମଧ୍ୟ ଛୁଟି ଦିଆଯାଉ ନାହିଁ ବୋଲି ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଯଦି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଗଠନ କହିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details