ଓଡିଶା

odisha

ETV Bharat / state

ବଙ୍ଗୋପସାଗରରେ ଫସିଥିଲେ ଓଡିଶାର 11 ମତ୍ସ୍ୟଜୀବୀ, ଦେଖନ୍ତୁ ଉଦ୍ଧାର ସମୟର ଛାତିଥରା ଦୃଶ୍ୟ - ଜଗତସିଂହପୁର ଖବର

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସାଗର ଦୀପ ନିକଟରେ ଫସିଥିବା 11 ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ଅଧିକ ପଢନ୍ତୁ...

ବଙ୍ଗୋପସାଗରରେ ଫସିଥିବା 11 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର
ବଙ୍ଗୋପସାଗରରେ ଫସିଥିବା 11 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର

By

Published : Sep 13, 2021, 9:14 AM IST

ଜଗତସିଂହପୁର : ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସାଗର ଦୀପ ନିକଟରେ ଫସିଥିବା 11 ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଗତ 4 ଦିନ ତଳେ ଓଡ଼ିଶାର କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଇଥିଲେ। ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ହଟାତ ପାଗରେ ପରିବର୍ତ୍ତନ ଆସିଥିଲା। ଯାହାକୁ ନେଇ ମାଛ ମାରିବା ପାଇଁ ବହୁତ ଦୂରକୁ ଚାଲିଯାଇଥିବା ମତ୍ସ୍ୟଜୀବୀମାନେ ଆଉ ସ୍ଥଳ ଭାଗକୁ ଫେରିପାରି ନଥିଲେ।

ବଙ୍ଗୋପସାଗରରେ ଫସିଥିବା 11 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର

ଲଘୁଚାପ ପ୍ରଭାବରେ ସମୂଦ୍ର ମଧ୍ୟରେ ବଡ଼ ବଡ଼ ଲହଡି ଆସିବା ସହ ନିଜ ଡ଼ଙ୍ଗା ସାହାଯ୍ୟରେ ଫେରିବା ସମ୍ଭବ ହୋଇ ନଥିଲା। ଫଳରେ ମତ୍ସ୍ୟଜୀବୀ ପଶ୍ଚିମବଙ୍ଗର ସାଗର ଦୀପ ନିକଟରେ ଫସି ରହିଥିଲେ। ଭାରତୀୟ କୋଷ୍ଟ ଗାର୍ଡ ପାଖରୁ ସେମାନଙ୍କୁ ଠାବ କରାଯାଇଥିଲା । ସେମାନଙ୍କୁ ଉଦ୍ଧାର କରାଯାଇ ପଶ୍ଚିମବଙ୍ଗର ହଳଦିଆ ବନ୍ଦର ମେରାଇନ ଥାନକୁ ହସ୍ତାନ୍ତର କରାଯାଇଛି। ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ସୁରକ୍ଷିତ ଭାବେ ଓଡ଼ିଶାର 11ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details