ଜଗତସିଂହପୁର :ଜିଲ୍ଲା ସଦର ଥାନା ସାଳିଜଙ୍ଗ ପଞ୍ଚାୟତରେ ନିର୍ବାଚନୀ ପରେ ହିଂସାକାଣ୍ତ ଘଟିଛି । ଏହି ପଞ୍ଚାୟତର ଜଣେ ପ୍ରାର୍ଥୀ ପରାଜିତ ହେବା ପରେ ବରଡି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କୁ ଓ ତାଙ୍କର ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ସାଲିଜଙ୍ଗରେ ନିର୍ବାଚନୀ ହିଂସା : 4 ଆହତ ଏହାବି ପଢନ୍ତୁ :Russia Ukraine War: ଭାରତୀୟଙ୍କ ଉଦ୍ଧାର ପାଇଁ ସ୍ବତନ୍ତ୍ର କରିଡର
ବରଡି ଗାଁର ସାଗର ସ୍ୱାଇଁ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ପରାଜିତ ପ୍ରାର୍ଥୀ ଓ ତାଙ୍କର ସମର୍ଥକମାନେ ସାଗରଙ୍କ ଘରେ ପଶିଥିଲେ । ଆଉ ତାଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ 4 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି l ପୋଲିସ ଉଭୟ ପକ୍ଷଙ୍କୁ ଥାନକୁ ଡାକି ଆଲୋଚନା କରୁଥିବା ସୂଚନା ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ