ଜଗତସିଂହପୁର : ଜିଲ୍ଲାରେ ଆଜି(ଶୁକ୍ରବାର) ନିରାଡ଼ମ୍ବର ଭାବେ ଇଦ ପର୍ବ ପାଳିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦା ସ୍ଥିତ ସର୍ଵ ପୁରାତନ ମସଜିଦରେ କୋଭିଡ କଟକଣା ମଧ୍ୟରେ ଇଦ ପର୍ବ ପାଳିତ ହୋଇଛି ।
ଜିଲ୍ଲାରେ ନିରାଡମ୍ବର ଭାବେ ଇଦ ପାଳିତ ଆଜି ସକାଳୁ ସକାଳୁ ମୁସଲମାନ ଧର୍ମାବଲମ୍ବୀ ମାନେ ନିଜ ନିଜ ଘରେ ରହି ନମାଜ ପାଠ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ମସଜିଦ ପରିସରରେ 144 ଜାରି କରାଯିବା ସହିତ ସାମୁହିକ ନମାଜ ପାଠ ଉପରେ କଟକଣା ଜାରି କରାଯାଇଥିଲା ।
ଜଗତସିଂହପୁର ସହର ଉପକଣ୍ଠ କୋର୍ଟ ଛକ ନିକଟରେ ଥିବା ମସଜିଦକୁ ଜିଲ୍ଲାପ୍ରଶାସନ ବନ୍ଦ କରାଯିବା ସହ ସାମୁହିକ ନମାଜ ପାଠ ବନ୍ଦ କରି ଦିଆଯାଇଥିଲା । ତେବେ କଟକଣା ମଧ୍ୟରେ ମୁସଲମାନମାନଙ୍କ ଏହି ମହାନ ପର୍ବ ଜିଲ୍ଲାରେ ପାଳିତ ହୋଇଥିଲା ।
ବଳିଦାନର ପର୍ବ ଇଦ କୁ ସାମାଜିକ ଦୂରତ୍ୱ ରଖି ଇଦ ମୁବାରକ ଜଣାଇବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । କେତେକ ସ୍ଥାନରେ କୋଭିଡ କଟକଣା ଯୋଗୁ ସମ୍ପୂର୍ଣ୍ଣ ଭାବରେ ମସଜିଦ ଗୁଡିକ ବନ୍ଦ କରିଦିଆଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଜଣିଏ ଧର୍ମଗୁରୁ ନମାଜ ପାଠ କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ