ଓଡିଶା

odisha

By ETV Bharat Odisha Team

Published : Oct 23, 2023, 11:07 PM IST

ETV Bharat / state

ମହାମାୟାଙ୍କ ମହାନବମୀ, ଚଳଚଞ୍ଚଳ ଜଗତସିଂହପୁର

ଧରାବତରଣ କରିଛନ୍ତି ମା' ମହାମାୟା । ବହୁ ଆଡ଼ମ୍ବରରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା । ଆଜି ମା' ଦୁର୍ଗାଙ୍କ ମହାନବମୀ ପୂଜା । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଜଗତସିଂହପୁର ସହର । ଅଧିକ ପଢନ୍ତୁ

ମହାମାୟାଙ୍କ ମହାନବମୀ ପୂଜା
ମହାମାୟାଙ୍କ ମହାନବମୀ ପୂଜା

ମହାମାୟାଙ୍କ ମହାନବମୀ ପୂଜା

ଜଗତସିଂହପୁର: ଧରାବତରଣ କରିଛନ୍ତି ମା' ମହାମାୟା । ବହୁ ଆଡ଼ମ୍ବରରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା । ଆଜି ମା' ଦୁର୍ଗାଙ୍କ ମହାନବମୀ ପୂଜା । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଜଗତସିଂହପୁର ସହର । ମା'ଙ୍କ ଦର୍ଶନ କରିବା ପାଇଁ ପୂଜା ମଣ୍ଡପ ନିକଟରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ଦର୍ଶନ କରୁଛନ୍ତି । ସେପଟେ ହିନ୍ଦୁ ଓ ମୁସଲମାନ ମିଶି ପୂଜା ପରିଚାଳନା କରୁଥିବା ବେଳେ ଭାଇଚାରାର ଉଦାହରଣ ସାଜିଛନ୍ତି ।

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଆଜି ସନ୍ଧ୍ୟାରେ ମହାନବମୀ ପୂଜା ଅନୁଷ୍ଠିତ ହୋଇଛି । ଆଜି ୩ ଦିନାତ୍ମକ ପୂଜାର ଶେଷ ଦିନ ହୋଇଥିବାରୁ ଚରୁ ଓ ଚଣ୍ଡୀ ଆହୂତି ହୋଇଥିଲା । ସକାଳୁ ଷୋଡ଼ଶ ଉପଚାର ପୂଜା ପରେ ମହାନବମୀ ବିହିତ ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ସନ୍ଧ୍ୟାରେ ବର୍ଷା ସ୍ୱତେ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆସନ୍ତାକାଲି (ମଙ୍ଗଳବାର) ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାବଣ ପୋଡି଼ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ବୁଧବାର ଦିନ ଦେବୀଙ୍କ ଭସାଣ କାର୍ଯ୍ୟ ଅନୁଷ୍ଠିତ ହେବ । ଆସନ୍ତାକାଲି ଦଶହରା ଥିବାରୁ ଅପରାଜିତା ପୂଜା ପରେ ମୁଣ୍ମୟୀ ମୃର୍ତ୍ତିଙ୍କୁ ବିସର୍ଜନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ....ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ମାଆ ଶାରଳା ପୀଠ, ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ୱୟ ଶକ୍ତି ପୀଠ

ଆସନ୍ତାକାଲି ଦଶହରା ଉପଲକ୍ଷେ ବିଭିନ୍ନ ପୂଜା ମଣ୍ଡପରେ ଦହି ପଖାଳ ଭୋଗ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସକାଳ ଓ ସନ୍ଧ୍ୟାରେ ସହର ଭିତରକୁ ଭାରିଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସେହିପରି ପ୍ରତେକ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ ରଖାଯାଇଛି । ସହରର ମୋଟ ୨୫ରୁ ଅଧିକ ମେଢ଼ରେ ମା' ପୂଜା ପାଉଥିବା ବେଳେ ପ୍ରତ୍ୟେକ ମେଢ଼ରେ ପୋଲିସମାନଙ୍କୁ ନିଯୋଜିତ କରାଯାଇଛି । ଆଜି ଦେବୀ ପୂଜା ପାଉଥିବା ମଣ୍ଡପ ଗୁଡିକରେ ପୂର୍ଣ୍ଣାଦୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପୂଜା ପାଇଁ ଜଗତସିଂହପୁର ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବିଭିନ୍ନ ପୂଜା ମଣ୍ଡପରେ ହିନ୍ଦୁ ଓ ମୁସଲମାନ କର୍ମକର୍ତ୍ତାମାନେ ମିଶି ପୂଜାକୁ ପରିଚାଳନା କରୁଥିବା ବେଳେ ଭାଇଚାରାର ଦୃଶ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ....ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ଗଗନ ପବନ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details