ଜଗତସିଂହପୁର: ଜିଲ୍ଲାର ସବୁଠାରୁ ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ଵାମୀ ବିବେକାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟରେ 2015ରୁ 2018 ମସିହା ବ୍ୟାଚର ଯୁକ୍ତ ତିନି ସାର୍ଟିଫିକେଟକୁ ନେଇ ଅନିୟମିତତା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, 2015ରେ 406 ଜଣ ଯୁକ୍ତତିନି ଛାତ୍ରଛାତ୍ରୀ ଆଡମିଶନ କରିଥିଲେ । ସେଥି ମଧ୍ୟରୁ150ଜଣ ଛାତ୍ରଛାତ୍ରୀଙ୍କୁ ନକଲି ରେଜିଷ୍ଟ୍ରେସନ ନମ୍ବର ବଦଳରେ ସାର୍ଟିଫିକେଟ ଦିଆଯାଇଥିଲା । ଫଳରେ ସେମାନଙ୍କୁ ମାଇଗ୍ରେସ ସାର୍ଟିଫିକେଟ ମିଳିପାରୁନାହିଁ । ଯାହାକୁ ନେଇ ସେମାନଙ୍କ ଭବିଷ୍ୟତ ସହ ଖେଳଖେଳା ଯାଉଥିବା ଅଭିଯୋଗ ହୋଇଛି ।
ପିଲାଙ୍କ ଭବିଷ୍ୟତ ସହଖେଳ: ସାର୍ଟିଫିକେଟ ଅସଲି, ରେଜିଷ୍ଟ୍ରେସନ ନମ୍ବର ନକଲି ଏହି ଘଟଣାକୁ ନେଇ ଜଗତସିଂହପୁର ଥାନରେ ଅଭିଯୋଗ ମଧ୍ୟ ହୋଇଛି । ଏସମ୍ପର୍କରେ ଆମ ପ୍ରତିନିଧି ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ କଲେଜର ଅଧ୍ୟକ୍ଷ ଅରବିନ୍ଦ ଚଇନିଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅଭିଯୋଗଟି ସତ୍ୟ । 2015ରେ ଯୁକ୍ତତିନି ଆଡ଼ମିଶନ ପାଇଁ 256ଟି ସିଟ୍ ଥିବାବେଳେ ସେତବେଳର କତ୍ତୃପକ୍ଷ ଅଧିକ 150 ଜଣ ଛାତ୍ରଛାତ୍ରୀଙ୍କୁ ଜାଲ ରେଜିଷ୍ଟ୍ରେସନ ନମ୍ବର ପକାଇ ଆଡ଼ମିଶନ କରାଯାଇଥିଲା । ଯାହାଫଳରେ ପିଲାମାନେ ଏହି ଅସୁବିଧାର ସମ୍ମୁଖୀନ ହେଇଛନ୍ତି ।
ଏନେଇ ଆମ ପ୍ରତିନିଧି ଉଚ୍ଚଶିକ୍ଷା ବିଭାଗ ଓ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ