ଜଗତସିଂହପୁର: ଜଗତସିଂହପୁର ସହରରେ ଡମ୍ପୟାର୍ଡ ନିର୍ମାଣକୁ ନେଇ ସମସ୍ୟା ଲାଗି ରହିଛି। ଏହା ମଧ୍ୟରେ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଡମ୍ପୟାର୍ଡ ନିର୍ମାଣ ପରିକଳ୍ପନା ଭିତରେ ରହିଯାଇଛି।
ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ମିଳିତ ଭାବରେ ସହର ଉପକଣ୍ଠ କଣ୍ଟା ବଲଭପୁରରେ ଜାଗା ଚିହ୍ନଟ କରିଥିଲେ । ସେଥିପାଇଁ ଟେଣ୍ଡର କରାଯାଇ 9 ଲକ୍ଷ ଟଙ୍କାର ଟେଣ୍ଡର ଆହ୍ବାନ ମଧ୍ୟ କରାଯାଇଥିଲା। ଟେଣ୍ଡର ପକାଇଥିବା ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଗଲା । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ ।
ଏହାପରେ ପ୍ରଶାସନ କଣ୍ଟାବଲଭପୁର ନିର୍ମାଣକୁ ସ୍ଥଗିତ ରଖି ଯୋଗଧାରୀ ନିକଟରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ କରିଥିଲା । ପ୍ରଶାସନ ପରିକଳ୍ପନା କରିଥିଲା ଯେ ସହରରୁ ପ୍ରତ୍ୟେକ ଦିନ ବାହାରୁ ଥିବା ଟ୍ରକ ଟ୍ରକ କଠିନ ଓ ତରଳ ବର୍ଜ୍ୟବସ୍ତୁକୁ ପୃଥକୀକରଣ କରାଯାଇ କଠିନ ଜାତୀୟ ଦ୍ରବ୍ୟକୁ ବରଗଡ ସିମେଣ୍ଟ କାରଖାନାକୁ ପଠାଇଥାନ୍ତା। ସେହିପରି ତରଳ ପଦାର୍ଥକୁ ଖତ ପ୍ରକ୍ରିୟାକରଣ କରାଯାଇ ଚାଷ କାର୍ଯ୍ୟରେ ବିନିଯୋଗ କରିଥାନ୍ତେ । କିନ୍ତୁ ପ୍ରଶାସନର ପରିକଳ୍ପନା ଖାଲି କାଗଜପତ୍ରରେ ରହି ଯାଇଛି।