ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଝିପ ଝିପ ବର୍ଷା, ଚିନ୍ତାରେ ଚାଷୀ - ବର୍ଷା ଦେଖି ଚିନ୍ତାରେ ଚାଷୀ

ଏବେ ଧାନ ଅମଳ ସମୟ । ଆଜି ସକାଳୁ ସକାଳୁ ଜଗତସିଂହପୁର ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିଲା । ଏନେଇ ଏବେ ବି ଚାଷୀର ଆଖିରେ ନିଦ ନାହିଁ । ଅଧିକ ପଢନ୍ତୁ...

light rain in jagatsinghpur
ଜଗତସିଂହପୁରରେ ଝିପ ଝିପ ବର୍ଷା; ଚିନ୍ତାରେ ଚାଷୀ

By

Published : Dec 26, 2019, 11:17 PM IST

ଜଗତସିଂହପୁର: ଏବେ ଧାନ ଅମଳ ସମୟ । ଏପଟେ ଆକାଶରେ ବର୍ଷା ଦେଖି ଚାଷୀ ଛାତିରେ ଛନକା ପସିଛି । ଗତ ନଭେମ୍ବର ମାସରେ ବାତ୍ୟା ବୁଲବୁଲ ଚାଷୀର ଅଣ୍ଟା ଭାଙ୍ଗି ଦେଇଥିଲା । ଆଉ ସେଥିରୁ ଯାହାକିଛି ବର୍ତ୍ତି ଯାଇଛି ତାକୁ କିପରି ସାଇତିକି ରଖିବେ ସେଥିପାଇଁ ଚିନ୍ତାରେ ଚାଷୀ ।

ଜଗତସିଂହପୁରରେ ଝିପ ଝିପ ବର୍ଷା; ଚିନ୍ତାରେ ଚାଷୀ

ଆଜି ସକାଳୁ ସକାଳୁ ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିଲା । ପ୍ରବଳ କୁହୁଡି ସାଙ୍ଗକୁ ଯଦି ଅସରାଏ ଦିଅସରା ବର୍ଷା ହୋଇଯାଏ ତେବେ ପାଚିଲା ଧାନ ଗୁଡିକ ଗଜା ହୋଇଯିବ । ଏକଥା ଭାବି ଚାଷୀର ଆଖିରେ ନିଦ ନାହିଁ । ଦିନ ରାତି ଏକ କରି ବିଲରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଲାଗି ପଡିଛନ୍ତି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ମୁରୁଣିଆ, ଇଚ୍ଛାପୁର, ଅଢେଇକୁଳ ଓ ଦାମୋଦରପୁର ଚାଷୀ ।

ଅପରପକ୍ଷରେ ଧାନ ଅମଳ ପାଇଁ ଅମଳ ମେସିନ ମିଳୁ ନଥିବାରୁ ଚାଷୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ବର୍ଷା ପୂର୍ବରୁ କିପରି ନିଜର ବର୍ଷକ ଆହାରକୁ କିପରି ନିଜ ଖଳାକୁ ଅଣାଯାଇ ପାରିବ ସେହି ଚିନ୍ତାରେ ଚାଷୀ ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details