ଓଡିଶା

odisha

ETV Bharat / state

ଯୌତୁକ ଜୁଇରେ ଜଳିଲା ବୋହୂ, ସ୍ବାମୀ ଗିରଫ - ଯୌତୁକ ଜନିତ ହତ୍ୟାକାଣ୍ଡ ଅଭିଯୋଗ

ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଓଡ଼ିସୋଗଡ଼ ଗ୍ରାମରେ ଯୌତୁକ ଜନିତ ହତ୍ୟାକାଣ୍ଡ ଘଟିଥିବା ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ଜଗସିଂହପୁରରେ ଯୌତୁକ ଜନିତ ହତ୍ୟାକାଣ୍ଡ ଅଭିଯୋଗ
ଜଗସିଂହପୁରରେ ଯୌତୁକ ଜନିତ ହତ୍ୟାକାଣ୍ଡ ଅଭିଯୋଗ

By

Published : Apr 5, 2021, 7:36 PM IST

ଜଗତସିଂହପୁର: ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଓଡ଼ିସୋଗଡ଼ ଗ୍ରାମରେ ଯୌତୁକ ଜନିତ ହତ୍ୟାକାଣ୍ଡ ଘଟିଥିବା ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି। ଜଗତସିଂହପୁର ପୋଲିସ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।

ଜଗସିଂହପୁରରେ ଯୌତୁକ ଜନିତ ହତ୍ୟାକାଣ୍ଡ ଅଭିଯୋଗ

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସଦର ଥାନା ବେଣୁଖଣ୍ଡ ଗ୍ରାମର ମୁରଲୀ ଭୋଇଙ୍କ ଝିଅ ପ୍ରଭାସିନୀ ନୂଆଗଡ଼ ଗ୍ରାମର କଣ୍ଡୁରୀ ଦାସଙ୍କ ପୁଅ ଶରତକୁ 2006 ମସିହାରେ ବିବାହ କରିଥିଲେ। ବରପକ୍ଷ ଦାବି ମୁତାବକ ବିବାହ ସମୟରେ ନଗଦ 1 ଲକ୍ଷ ସମେତ ଗାଡି, ଫ୍ରିଜ, ଟିଭି ସହ ଅନ୍ୟାନ ଆସବାବପତ୍ର ଯୌତୁକ ଆକାରରେ ଦେଇଥିଲେ।

କିଛିଦିନ ଠିକ୍ ଠାକ୍ ଚାଲିବା ପରେ ଆହୁରି 50 ହଜାର ଟଙ୍କା ଶାଶୁ ଘର ଲୋକେ ଦାବି କରିଥିଲେ। ପ୍ରଭାସିନୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିଥିଲେ ଶ୍ବଶୁର ଘର ଲୋକ। ପ୍ରଭାସିନୀ ଏସମ୍ପର୍କରେ ନିଜ ବାପଘର ଲୋକଙ୍କୁ ଜଣାଇଥିଲେ। ବାପ ଘର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେମାନେ ଅଧିକ 50 ହଜାର ଟଙ୍କା ଦେବାରେ ଅସମର୍ଥ ହୋଇଥିଲେ।

ସୋମବାର ସକାଳୁ ହଠାତ୍ ପ୍ରଭାସିନୀ ବାପାକୁ ଫୋନ୍ କରି ତାକୁ ନେଇ ଯିବାକୁ କହିଥିଲେ। ସୋମବାର ସନ୍ଧ୍ୟାରେ ଯାଇ ନେଇ ଆସିବେ ବୋଲି ପ୍ରଭାସିନୀଙ୍କ ବାପା କହିଥିଲେ। ଅପରାହ୍ନ 4ଟାରେ ପ୍ରଭାସିନୀର ଜଗତସିଂହପୁର ମେଡ଼ିକାଲରେ ମୃତ୍ୟୁ ହୋଇ ଯାଇଥିବା ଖବର ମିଳିଥିଲା। ଏହା ଜଣାପଡିବା ପରେ ପ୍ରଭାସିନୀର ମା, ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ଏହା ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ପ୍ରଭାସିନୀର ସ୍ୱାମୀକୁ ଗିରଫ କରି ଅଧିକ ପଚରା ଉଚରା ଚଳାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details