ଜଗତସିଂହପୁର :ଜମିବାଡି ବିବାଦ ପାଇଁ ଗଲା 2 ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁରର ଏକସୁଦ୍ଧା ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଏକସୁଦ୍ଧା ଗାଁର ଦେବୀ ପ୍ରସାଦ ଜେନା ଓ ପ୍ରସନ୍ନ ଜେନାଙ୍କ ପରିବାର ମଧ୍ୟରେ ଜାଗାବାଡି ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା ।
ଜମିବାଡି ପାଇଁ ଗଲା 2 ଜୀବନ - ଜଗତସିଂହପୁରରେ ଡବଲ ମର୍ଡର
ଜମିବାଡି ପାଇଁ ଗଲା 2 ଜୀବନ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....
![ଜମିବାଡି ପାଇଁ ଗଲା 2 ଜୀବନ double murder in jagatsinghpur](https://etvbharatimages.akamaized.net/etvbharat/prod-images/768-512-11459813-thumbnail-3x2-k.jpg)
ଜମିବାଡି ପାଇଁ ଗଲା 2 ଜୀବନ
ଜମିବାଡି ପାଇଁ ଗଲା 2 ଜୀବନ
ପ୍ରସନ୍ନ ଜେନାଙ୍କ ପତ୍ନୀ ଲିପ୍ସା ଆଜି ଅଳିଆ ପକାଇବା ପାଇଁ ଯିବା ସମୟରେ ଦେବୀ ପ୍ରସାଦ ଜେନା ଛପି ରହି ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦେବୀ ପ୍ରସାଦ ତାଙ୍କୁ ହତ୍ୟା କରି ସେଠାରୁ ଖସି ପଳାଇ ଯାଇଥିଲା। ସେହି ଗାଁର ଏକ ନିର୍ଜନ ସ୍ଥାନରେ ବେକରେ ରଶି ଲଗାଇ ନିଜେ ମଧ୍ୟ ଆତ୍ମହତ୍ୟା କରି ଦେଇଥିଲେ । ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ