ଜଗତସିଂହପୁର :ଶାରଳାଙ୍କ ମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଛି। ମଧ୍ୟରାତ୍ରୀରେ ମାଆଙ୍କୁ ମାର୍ଜନା କରାଯିବା ପରେ ସୁସଜ୍ଜିତ ବିମାନରେ ତାଙ୍କୁ ବିଜେ କରାଯାଇଥିଲା । ପରେ ଗାଁ ପରିକ୍ରମା କରିଥିଲେ।
ଦୋଳ ପୂର୍ଣ୍ଣିମା ଅବସରରେ ଶାରଳାଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ପ୍ରଥମେ ଦୋଳତାଟ ପୂଜାର୍ଚ୍ଚନା କରାଯିବା ପରେ ମାଆଙ୍କୁ ଅଭିର ଲାଗି କରାଯାଇ ବେଢ଼ା ପରିକ୍ରମା କରାଯାଏ। ପରେ ନଗର ପରିକ୍ରମା କରିବା ପାଇଁ ସୁସଜିତ ବିମାନରେ ମାଆ ବିଜେ କରନ୍ତି। ଏହା ଦୋଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଇଥାଏ।