ଓଡିଶା

odisha

ETV Bharat / state

ମା‘ ଶାରଳାଙ୍କ ପୀଠରେ ଆରମ୍ଭ ହେଲା ଦୋଳ ଉତ୍ସବ ନୀତି - ଦୋଳ ପୂର୍ଣ୍ଣିମା ଉତ୍ସବ ନୀତି

ଆରମ୍ଭ ହୋଇଛି ମା‘ ଶାରଳାଙ୍କ ମନ୍ଦିର ରେ ଦୋଳ ଉତ୍ସବ । ଫାଲଗୁନ ମାସ ଦଶମୀ ତିଥି ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ମା‘ ଙ୍କୁ ଅଭିର ଲାଗି ନୀତି। ଅଧିକ ପଢ଼ନ୍ତୁ

ଆରମ୍ଭ ହୋଇଛି ମା‘ ଶାରଳାଙ୍କ ମନ୍ଦିର ରେ ଦୋଳ ଉତ୍ସବ
ଆରମ୍ଭ ହୋଇଛି ମା‘ ଶାରଳାଙ୍କ ମନ୍ଦିର ରେ ଦୋଳ ଉତ୍ସବ

By

Published : Mar 2, 2023, 10:16 PM IST

ଆରମ୍ଭ ହୋଇଛି ମା‘ ଶାରଳାଙ୍କ ମନ୍ଦିର ରେ ଦୋଳ ଉତ୍ସବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା‘ ଶାରଳାଙ୍କ ମନ୍ଦିର ରେ ଦୋଳ ଉତ୍ସବ ଯାତ୍ରା ଆରମ୍ଭ ହୋଇଛି। ଫାଲଗୁନ ମାସ ଦଶମୀ ତିଥି ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ମା‘ ଙ୍କୁ ଅଭିର ଲାଗି ନୀତି ଅନୁଷ୍ଠିତ କରାଯିବ। ଗତ କାଲିଠାରୁ ଏହି ନୀତି ଆରମ୍ଭ ହୋଇଥିବା ବେଳେ ଏହା ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଦୋଳତ୍ସବ।

ପରମ୍ପରା ଅନୁଯାୟୀ ଫାଲଗୁନ ମାସ ଦଶମୀ ତିଥି ରୁ ଏହି ନୀତିକାନ୍ତି ଆରମ୍ଭ କରାଯାଇଥାଏ।ଏହି ସମୟରେ ପ୍ରତେକ ଦିନ ସନ୍ଧ୍ୟାରେ ମାଙ୍କ ମର୍ଜ୍ଜନା ଶେଷ ପରେ ମାଙ୍କୁ ବେଶ ଓ ଚନ୍ଦନ ଲାଗି କରାଯାଇଥାଏ। ପରେ ମଣି ବିଗ୍ରହ ଓ ଚଳନ୍ତି ପ୍ରତିମା ଙ୍କୁ ଅଭିର ଲାଗି କରାଯାଇଥାଏ।ପରେ ସନ୍ଧ୍ୟା ଆରତୀ ଅନୁଷ୍ଠିତ ହୋଇଥାଏ। ରାତ୍ର ଦଶଟା ସମୟରେ ସୁସଜ୍ଜିତ ଦୋଳ ବିମାନରେ ମା ଶାରଳାଙ୍କ ଚଳନ୍ତି ପ୍ରତିମା ମାଙ୍କ ପୁରୁଣା ସ୍ଥାନ ନଣ୍ଡା ଦେଉଳ କୁ ବିଜେ କରିଥାନ୍ତି।

ଏହି ସମୟରେ ମାଙ୍କୁ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଅର୍ପଣ କରାଯାଇଥାଏ। ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହୋଇଥାଏ। ମା, ଶାରଳା ଙ୍କ ପୀଠ ଟି ଶକ୍ତିପୀଠ ହୋଇଥିଲେ ମଧ୍ୟ ଶାକ୍ତ ଓ ବୈଷ୍ଣବୀୟ ପଦ୍ଧତି ଅନୁଯାୟୀ କେଉଁ ଆଦିମ କାଳରୁ ପୂଜାର୍ଚ୍ଚନା କରାଯାଇ ଆସୁଛି।ସେହିପରି ପ୍ରତେକ ଏକାଦଶୀ ତିଥିରେ ମା ଙ୍କୁ ଶ୍ରୀ ଜଗନ୍ନାଥଙ୍କ ବେଶ ରେ ଭୂଷିତ କରାଯାଇଥାଏ।ଏହି ଦୁର୍ଲ୍ଲଭ ବେଶ କୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ଦର୍ଶନ କରିଥାନ୍ତି।ସେହିପରି ବୈଷ୍ଣବୀୟ ପଦ୍ଧତି ଅନୁସାରେ ଦୋଳ ପୂର୍ଣ୍ଣିମା ଦିନ ମାଙ୍କୁ ଯମୁନା ସ୍ନାନ ମଧ୍ୟ କରାଯାଇଥାଏ।

ଅଧିକ ପଢ଼ନ୍ତୁ : Adani vs Hindenburg: ଏକ୍ସପର୍ଟ କମିଟି ଗଠନ କଲେ ସୁପ୍ରିମକୋର୍ଟ, ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ

ଦୋଳ ପୂର୍ଣ୍ଣିମା ତିଥିରେ ସ୍ଥାନୀୟ ବାଙ୍କ ବିହାରୀ ମଠ ରୁ ପ୍ରଭୁ ବାଙ୍କ ବିହାରୀ ଓ ମା ଶାରଳା ଙ୍କ ଚଳନ୍ତି ବିଗ୍ରହ ସୁସଜ୍ଜିତ ବିମାନରେ ବିରାଜିତ ହୋଇ ଭେଟ ହୋଇ ଥାନ୍ତି। ପୂର୍ଣ୍ଣିମା ର ବିଳମ୍ବିତ ରାତ୍ର ରେ ଏହିନୀତି ସମ୍ପାଦନ ହୋଇଥାଏ। ମାଙ୍କ ବଡ଼ପଣ୍ଡା ସାମନ୍ତ ଙ୍କ ଦ୍ଵାରା ଏହି ନୀତିକାନ୍ତି ସମ୍ପାଦନ କରାଯାଇଥାଏ। ଶ୍ରୀ ପଞ୍ଚମୀ ଠାରୁ ମା ଙ୍କ ଫଗୁ ଲାଗି ନୀତି ଆରମ୍ଭ ହୋଇଥିବା ବେଳେ ଦଶମୀ ଠାରୁ ଏହା ଦୋଳ ପର୍ଯ୍ୟନ୍ତ ବାହାରେ ଅନୁଷ୍ଠିତ ହୋଇଥାଏ।

ଇଟିଭି ଭାରତ , ଜଗତସିଂହପୁର

ABOUT THE AUTHOR

...view details