ଜଗତସିଂହପୁର: ସ୍ବାସ୍ଥ୍ୟକେନ୍ଦ୍ରକୁ ଠିକ ସମୟରେ ଆସୁ ନାହାନ୍ତି ଡାକ୍ତର କି କର୍ମଚାରୀ । ଫଳରେ ମଣ୍ଡାସାହି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ବାଧାପ୍ରାପ୍ତ ହୋଇଛି ସ୍ବାସ୍ଥ୍ୟସେବା । ଏ ନେଇ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଆମ ପ୍ରତିନିଧି ।
ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ କେମିତି ଚାଲିଛି ରୋଗୀ ସେବା ? ସ୍ଥିତି ପରଖିଲା ‘ଇଟିଭି ଭାରତ’ - mandasahi community health centre
ଜଗତସିଂହପୁର ଜିଲ୍ଲା ମଣ୍ଡାସାହି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଠିକ ସମୟରେ ଡାକ୍ତର ନ ଆଲିବାରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...
ସୂଚନାଅନୁସାରେ, ମଣ୍ଡାସାହି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ନେଇ ଠପ ହୋଇଛି ସ୍ବାସ୍ଥ୍ୟସେବା । ସକାଳ 7ଟାରେ ଡ୍ୟୁଟି ଆରମ୍ବ ହୋଇଥିବାବେଳେ 8ଟା ବାଜିଥିଲେ ବି ନା ଡାକ୍ତରଙ୍କର ଦେଖା ଅଛି ନା ମେଡିକାଲ କର୍ମଚାରୀଙ୍କର । ଗୋଟିଏ ଗୋଟିଏ ବିଭାଗରେ ସମୟ 8ଟା ପର୍ଯ୍ୟନ୍ତ ତାଲା ବି ଖୋଲି ନାହିଁ । ଏହି ଦୃଶ୍ୟରୁ ସ୍ପଷ୍ଟ ବାରି ହୋଇପଡିଛି ମଣ୍ଡାସାହି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ କିପରି ଚାଲିଛି ସ୍ବାସ୍ଥ୍ୟସେବା । ଏ ନେଇ ଯଥାଶୀଘ୍ର ଧ୍ୟାନ ଦିଆଗଲେ ଅଞ୍ଚଳରେ ଲୋକମାନେ ଉପକୃତ ହୋଇପାରନ୍ତେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ