ଓଡିଶା

odisha

ETV Bharat / state

କୃଷି ବିଭାଗ ଉପରେ ଖପ୍ପା ଜଗତସିଂହପରୁ ଜିଲ୍ଲାପାଳ, କହିଲେ ଅଫିସରେ ନ ବସି ଫିଲ୍ଡକୁ ଯାଅ - Jagatsinghpur agriculture news

ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ୨୦୨୧-୨୨ ରବିଋତୁ ପାଇଁ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଛି (District Agriculture Determination Committee meeting) । ଅଧିକ ପଢନ୍ତୁ

କୃଷି ବିଭାଗ ଉପରେ ଜିଲ୍ଲାପାଳ ଖପା
କୃଷି ବିଭାଗ ଉପରେ ଜିଲ୍ଲାପାଳ ଖପା

By

Published : Dec 24, 2021, 12:17 PM IST

ଜଗତସିଂହପୁର: ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ୨୦୨୧-୨୨ ରବିଋତୁ ପାଇଁ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଛି (District Agriculture Determination Committee meeting)। ଏଥିରେ ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗ ଦେଇ ଆଗାମୀ ଦିନରେ ଚାଷୀମାନଙ୍କୁ ଡାଲି ଜାତୀୟ ଫସଲ ସହିତ ତୈଳବୀଜ ଚାଷ ପାଇଁ ଉନ୍ନତମାନର ବିହନ ସାର ଯୋଗାଇ ଦିଆଯିବ ସେ ବିଷୟରେ ଆଲୋଚନା କରିଥିଲେ । ତେବେ କାର୍ଯ୍ୟରେ ବିଳମ୍ବ ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ ଜିଲ୍ଲାପାଳ । ସୌର ଚାଳିତ ପମ୍ପକୁ ନେଇ ଜିଲ୍ଲାପାଳ ଖପା ହେବା ସହିତ ଅଫିସରେ ନ ବସି ଚାଷୀମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ତଦାରଖ କରିବାକୁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୃଷି ବିଭାଗ ଉପରେ ଜିଲ୍ଲାପାଳ ଖପା

ଜିଲ୍ଲାରେ କୃଷି କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଜଗତସିଂହପୁର ଜିଲ୍ଲା ରବି ଫସଲରେ ବହୁ ପଛରେ ରହିଛି । ଜିଲ୍ଲାରେ ଆଗାମୀ ରବିଋତୁରେ 1,04,170 ହେକ୍ଟର ଚାଷଜମିରେ ଫସଲ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଅଧିକ ଅମଳକ୍ଷମ ଧାନ, ମକା ପାଇଁ 2100 ହେକ୍ଟର, 69,400 ହେକ୍ଟର ମୁଗ, ବିରି, କୋଳଥ ଓ ଚିନାବାଦାମ, ସୂର୍ଯ୍ୟମୁଖୀ, ଆଦି 69,400 ହେକ୍ଟରରେ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସୌରଚାଳିତ ପମ୍ପ ସମସ୍ତଙ୍କୁ ଦରକାର । କୃଷି କାର୍ଯ୍ୟରେ ଚାଷୀ ଯେପରି କିଛି ସମସ୍ୟାର ସମ୍ମୁଖୀନ ନହେବେ ସେ ନେଇ ଅଧିକାରୀଙ୍କୁ ତାଗିତ କରିଛନ୍ତି ଜିଲ୍ଲାପାଳ ।

ବୈଠକରେ ରାସାୟନିକ ସାର ବ୍ୟବହାର, ଫସଲ ସୁରକ୍ଷା, ବିହନ ବିଶୋଧନ, ଜୈବସାର, ଆଦି ପ୍ରୟୋଗ ଉପରେ ଚାଷୀଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳ କହିଥିଲେ । ଏହି ବୈଠକରେ ପିଡ଼ି ସରୋଜ କାନ୍ତ ମହାନ୍ତି, ଜିଲ୍ଲା କୃଷି ଅଧିକାରୀ ପ୍ରଫୁଲ ଚନ୍ଦ୍ର ସେଠୀ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details