ଜଗତସିଂହପୁର:ଆଲୋକର ପର୍ବ ଦୀପାବଳିକୁ ଧୁମଧାମରେ ପାଳିଛନ୍ତି ଜଗତସିଂହପୁର ଜିଲ୍ଲାବାସୀ । ଆନନ୍ଦ ଉଲ୍ଲାସର ସହିତ ଅଲୌକିକ ପର୍ବ ଦୀପାବଳିକୁ ମନାଇଛନ୍ତି ଲୋକ । ସଞ୍ଜ ନଇଁବା କ୍ଷଣି ସହରଠାରୁ ଗାଁ ପର୍ଯ୍ୟନ୍ତ ରଙ୍ଗବେରଙ୍ଗର ଆଲୋକରେ ଝଲସି ଉଠିଥିଲା । ଲୋକେ ନିଜ ନିଜ ଘରକୁ ଦୀପ ଓ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରିଥିଲେ । ଘର ଅଗଣାରେ ମୁରୁଜ ପକାଇ ଦୀପ ଲଗାଇ ବଡ଼ ବଡୁଆଙ୍କୁ ଆବାହନ କରିଥିଲେ । ବିଳମ୍ବିତ ରାତି ଯାଏଁ ବାଣ ଫୁଟାଇ ଆଲୋକର ପର୍ବକୁ ପାଳନ କରିଥିଲେ ଜିଲ୍ଲାବାସୀ ।
ଏହା ବି ପଢନ୍ତୁ...Diwali Celebration: ଆଲୋକରେ ଝଲସିଲା ରାଜଧାନୀ
ଜିଲ୍ଲାର କୋଣ ଅନୁକୋଣରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି ଆଲୋକର ଏହି ମହାନ ପର୍ବ । ବଡ଼ ବଡୁଆ ହୋ.. ଅନ୍ଧାରେ ଆସ, ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀପୁରୁଷୋତ୍ତମରେ ମହାପ୍ରସାଦ ଖାଇ ଗଡ଼ ଗଡାଉ ଥାଅ ଡାକରେ କମ୍ପି ଉଠିଥିଲା ଅଞ୍ଚଳ । ଏହି ଡାକ ଗାଁଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଶୁଭିଥିଲା । ସଞ୍ଜ ନଇଁଗଲା ପରେ ପିତୃ ପୁରୁଷକୁ ଆବାହନ କରାଯାଇ କାଉଁରିଆ କାଠି ଜାଳି ଲୋକେ ବଡ଼ ବଡୁଆ ଡାକିଥିଲେ । ମିଠା ପିଠାର ଆସର ଆନନ୍ଦ ଉଲ୍ଲାସର ମାହୋଲରେ ଦୀପାବଳିର ଖୁସିକୁ ଦ୍ବିଗୁଣିତ କରି ଦେଇଥିଲା ।