ଓଡିଶା

odisha

ETV Bharat / state

ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳିତ - District level World Diabetes Day

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳନ । ଅଧିକ ପଢନ୍ତୁ...

District level World Diabetes Day is celebrated
ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳିତ

By

Published : Nov 14, 2020, 9:56 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳନ । ଏଥିସହ ମଧୁମେହ ରୋଗର ଭୟାବହାତ ଓ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳିତ

ଏହି କାର୍ଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ବିଜୟା ପଣ୍ଡା ମଧୁମେହ ସଚେତନତା ରଥକୁ ଉଦଘାଟନ କରିବା ସହ ମଧୁମେହ ରୋଗକୁ ଅବହେଳା କରିବା ଉଚିତ ନୁହେଁ ବୋଲି କହିଥିଲେ ।

ମଧୁମେହ ଶରୀରର ବିଭିନ୍ନ ଅଙ୍ଗକୁ ଧୀରେ ଧୀରେ ଅକାମୀ କରିଦିଏ । ଏହା ଯୋଗୁ ବୃକକ, ହାର୍ଟ, ଆଖି ଆଦି ପ୍ରଭାବିତ ହୋଇଥାଏ । ସେଥିପାଇଁ ମଧୁମେହର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇ ନେବା ଉଚିତ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ବାରିକ ଡ଼. କ୍ଷେତ୍ରବାସୀ ଦାଶ, ପ୍ରମୁଖ ଯୋଗ ଦେଇ ମଧୁମେହ ରୋଗ ଓ ଏହାର ଭୟବହାତ ଉପରେ ଆଲୋକ ପାତ କରିଥଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଈଟିଭି ଭାରତ

ABOUT THE AUTHOR

...view details