ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ରାଜ୍ୟ ଭଲିବଲ ଅସୋସିଏସନ ଓ କ୍ରୀଡା ବିଭାଗ ଅନୁକୂଲ୍ୟରେ ଆରମ୍ଭ ହୋଇଛି ଭଲିବଲ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ 2 ଦିନ ଧରି ଚାଲିବ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମଗ୍ର ରାଜ୍ୟରେ 6 ଟି ଜୋନରେ ଏହି ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।
ଜିଲ୍ଲା ଆଥଲେଟିକ ଆସୋସିଏସନ ସହଯୋଗରେ 18 ବର୍ଷରୁ କମ ଓ 14 ବର୍ଷରୁ କମ ପିଲାମାନେ ଏଥିରେ ଭାଗ ନେବେ । ଜଗତସିଂହପୁର, କେନ୍ଦ୍ରାପଡା, ଓ ଯାଜପୁରର 18ଟି ଗ୍ରୁପ ଏଥିରେ ଅଂଶଗ୍ରହଣ କରିଛନ୍ତି । 15ଟି ବାଳକ ଓ 3ଟି ବାଳିକା ଟିମ ଅଛନ୍ତି । ସଫଳ ଟିମ ଜାତୀୟ ସ୍ତରରେ ଖେଳିବେ । ଓଡିଶା ଇତିହାସରେ ଏହା ପ୍ରଥମ ଥର ପାଇଁ ଏହା କରାଯାଇଛି । ସରକାର ଏବଂ ଭଲିବଲ ଅସୋସିଏସନର ପ୍ରଚେଷ୍ଟାରେ ଆଗକୁ ଭଲିବଲରେ ଓଡିଶା କିପରି ଆଗକୁ ଯିବ ସେ ଲକ୍ଷ୍ୟରେ ଏହାର ଆୟୋଜନ ହୋଇଛି । ଆଜି (ରବିବାର) ଏହା ଉଦଯାପନ ହେବ ।