ଓଡିଶା

odisha

ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମହଜୁଦ ରହିଛି: ଜିଲ୍ଲାପାଳ

By

Published : May 20, 2020, 7:50 PM IST

ଜଗତସିଂହପୁର ଜିଲ୍ଲାର ଅତି ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ଚୁଡା, ଗୁଡ ଓ ପ୍ରତି ବ୍ଲକକୁ ୧୫ ହଜାର ପ୍ୟାକେଟ ବିସ୍କୁଟ ବଣ୍ଟନ କରାଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

district-has-suffienet-food-district-magistrate
ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମହଜୁଦ ରହିଛି: ଜିଲ୍ଲାପାଳ

ଜଗତସିଂହପୁର: ଜିଲ୍ଲାରେ ଅମ୍ଫାନର ମୁକାବିଲା କରିବା ଦିଗରେ ଜିଲ୍ଲା ପ୍ରଶାସନ ସଫଳ ହୋଇଛି । ସମୁଦ୍ର କୁଳିଆ ଅଞ୍ଚଳ ଭାବେ ପରିଚିତ ଏରସମା, କୁଜଙ୍ଗ, ପାରାଦୀପ ଓ ବାଲିକୁଦା ଅଞ୍ଚଳକୁ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ପର୍ଯ୍ୟାପ୍ତ ପରିମାଣରେ ଚୁଡା, ଗୁଡ ଓ ପ୍ରତି ବ୍ଲକକୁ ୧୫ ହଜାର ପ୍ୟାକେଟ ବିସ୍କୁଟ ଦିଆଯାଇଛି ।

ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମହଜୁଦ ରହିଛି: ଜିଲ୍ଲାପାଳ

ମଧ୍ୟାହ୍ନରେ ରନ୍ଧାଖାଦ୍ୟ ମଧ୍ୟ ବିତରଣ କରାଯାଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଜିଲ୍ଲାରେ କେହି ମୃତାହତ ହୋଇ ନଥିବା ବେଳେ ଜିଲ୍ଲାବାସୀ ପ୍ରଶାସନକୁ ସହଯୋଗ କରିଥିବାରୁ ଜିଲାବାସୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ‘ଅମ୍ଫାନ’ ମୁକାବିଲା କରିବାରେ ଦିଗରେ ଜିଲ୍ଲା ପ୍ରଶାସନ ସଫଳ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details