ଜଗତସିଂହପୁର: ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶୁକ୍ରବାର ସଂଗ୍ରାମ କେଶରୀ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଠାରୁ ଶୁକ୍ରବାର ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି।
ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଦର୍ଶନ କରିବା ପରେ ଜିଲ୍ଲାପାଳ, କାର୍ଯ୍ୟାଳୟକୁ ଆସି ଦାୟିତ୍ଵ ଗ୍ରହଣ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସେ ତାଙ୍କର ସମସ୍ତ ସମ୍ପତ୍ତିର ତାଲିକା ପ୍ରଦାନ କରିଛନ୍ତି।