ଓଡିଶା

odisha

By

Published : Jul 14, 2021, 6:36 AM IST

ETV Bharat / state

ବେଳାଭୂମିରେ ମାନବ ଶୃଙ୍ଖଳ କରି ଦରଦାମ ବୃଦ୍ଧିକୁ ବିରୋଧ

ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ବିରୋଧରେ ଭିନ୍ନ ଢଙ୍ଗରେ ପ୍ରତିବାଦ। ବେଳାଭୂମିରେ ମାନବ ଶୃଙ୍ଖଳ କରି ବିରୋଧ ପ୍ରଦର୍ଶନ କଲେ ଦୁଇ ସଂଗଠନ । ଅଧିକ ପଢନ୍ତୁ...

ଭିନ୍ନ ଢଙ୍ଗରେ ପ୍ରତିବାଦ ଦରବୃଦ୍ଧି , ସମୁଦ୍ର କୂଳରେ ମାନବ ଶୃଙ୍ଖଳ
ଭିନ୍ନ ଢଙ୍ଗରେ ପ୍ରତିବାଦ ଦରବୃଦ୍ଧି , ସମୁଦ୍ର କୂଳରେ ମାନବ ଶୃଙ୍ଖଳ

ଜଗତସିଂହପୁର:ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦରରେ ଅହେତୁକ ବୃଦ୍ଧି ଘଟିଛି । ରାଜ୍ୟରେ ଶତକ ପାର କରିଛି ପେଟ୍ରୋଲ ଓ ଡିଜେଲ । ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇଛି । ଯାହାକୁ ବିରୋଧ କରିଛି ପାରାଦ୍ଵୀପର ଦୁଇ ଅଗ୍ରଣୀ ସଂଗଠନ " ଲାଇଫ ଅଫ୍ ଗିଭିଙ୍ଗ ଓ ପାରାଦ୍ଵୀପ ଯୁବକ ସଂଘ। ଅଭିନବ ଉପାୟରେ ସମୁଦ୍ର ଢେ଼ଉରେ ମାନବ ଶୃଙ୍ଖଳ ଜରିଆରେ ପ୍ରତିବାଦ କରିଛନ୍ତି ଉଭୟ ସଂଘର ସଦସ୍ୟ । ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା ପଡ଼ିଆ ସମୁଦ୍ର ଢେ଼ଉରେ ଏହି ପ୍ରତିବାଦ କରାଯିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଉଭୟ ସଂଗଠନ ।

ବେଳାଭୂମିରେ ମାନବ ଶୃଙ୍ଖଳ କରି ଦରଦାମ ବୃଦ୍ଧିକୁ ବିରୋଧ

କୋରୋନା ମହାମାରୀ ସମୟରେ ମୁଖ୍ୟତଃ ମଧ୍ୟବିତ୍ତ ଓ ଦିନ ମଜୁରିଆ ଶ୍ରେଣୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅତ୍ୟାଧୁନିକ ସାମଗ୍ରୀର ଦରଦାମ ବୃଦ୍ଧି ସେମାନଙ୍କ ପରିବାର ପାଇଁ ଅସହ୍ୟ ହେଉଛି। ତେଣୁ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର ବୃଦ୍ଧି ଉପରେ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି । ସଂଗଠନ ପକ୍ଷରୁ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details