ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଡାଏରିଆ ଆତଙ୍କ, ଡାକ୍ତରଖାନାରେ ନାହିଁ ବେଡ - district hospital

ଡାଏରିଆ ଆତଙ୍କରେ ଆତଙ୍କିତ ହୋଇଛନ୍ତି ଜଗତସିଂହପୁର ବାସିନ୍ଦା । ଜିଲ୍ଲାର 700ରୁ ଅଧିକ ରୋଗୀ ଏଯାବତ ଚିହ୍ନଟ ହୋଇ ସାରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Jun 27, 2019, 10:42 PM IST

ଜଗତସିଂହପୁର: ଜିଲ୍ଲାର ଏରସମା ସହ ସହରର ବିଭିନ୍ନ ସ୍ଥାନରେ ବଢ଼ିବାକୁ ଲାଗିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଏରସମା ବ୍ଲକରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ସର୍ବାଧିକ 85 ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ଅଧିକାଂଶ ରୋଗୀଙ୍କୁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଡ଼ ଅଭାବ ଯୋଗୁଁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତି ଦୟନୀୟ ଅବସ୍ଥାରେ ଅନେକ ରୋଗୀ ବାହାରେ ପଡ଼ିଥିବା ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ପାଇଁ ମଧ୍ୟ ଚିକିତ୍ସାଳୟରେ ଉପଲବ୍ଧ ହୋଇପାରୁନି ବେଡ । ଜିଲ୍ଲାରେ ପ୍ରାୟ 700ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଆମେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଜୟ କୁମାର ବାଇଥାରୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ ଜିଲ୍ଲା ବାହାରେ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details