ଜଗତସିଂହପୁର: ସୂର୍ଯ୍ୟ ପରାଗରେ ଖାଦ୍ୟ ଖାଇବାକୁ ନେଇ ଟାର୍ଗେଟରେ ହେତୁବାଦୀ । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ପଞ୍ଚସଖା ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ପିଠାଧୀଶ ବାବା ଅରକ୍ଷିତ ଦାସ ମହାରାଜ । ଆଗାମୀ ଚନ୍ଦ୍ର ଗ୍ରହଣରେ ଏଭଳି ହେତୁବାଦୀଙ୍କ ଦ୍ଵାରା ସାମୁହିକ ଭୋଜନର ଆୟୋଜନ କରାଗଲେ ସେମାନଙ୍କୁ ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।
ସୂର୍ଯ୍ୟ ପରାଗ ସମୟରେ ସାମୁହିକ ସ୍ଥାନରେ ଚିକେନ ବିରିୟାନୀ ପ୍ରସ୍ତୁତ କରି ଖାଇବା ଓ ବାଣ୍ଟିବାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ହେତୁବାଦୀ ସଂଗଠନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତେବେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ପଞ୍ଚସଖା ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ପିଠାଧୀଶ ବାବା ଅରକ୍ଷିତ ଦାସ ମହାରାଜ ହେତୁବାଦୀଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ବିରୋଧ କରିଛନ୍ତି । ଏହା ସହିତ ଆଗାମୀ ଚନ୍ଦ୍ର ଗ୍ରହଣରେ ହେତୁବାଦୀଙ୍କ ଦ୍ଵାରା ପୁଣିଥରେ ସାମୁହିକ ଭୋଜନ କାର୍ଯ୍ୟକ୍ରମ କରାଗଲେ ତାହାର ଉଚିତ ଜବାବ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବାବା ଅରକ୍ଷିତ ଦାସ ମହାରାଜ ।