ଓଡିଶା

odisha

ETV Bharat / state

ବିପଦସଙ୍କୁଳ ଅବସ୍ଥାରେ ଦେବୀ ନଦୀ ପୋଲ - dangerious situation Devi river bridge

ବିପଦପୂର୍ଣ୍ଣ ଦେବୀ ନଦୀ ପୋଲ । ପ୍ରତିଦିନ ଶହ ଶହ ବାଲି ବୋଝେଇ ଟ୍ରକ ଯିବା ଆସିବା କରିବା ଫଳରେ କ୍ରମାଗତ ଦୁର୍ବଳ ହେବାରେ ଲାଗିଛି ପୋଲ । ଯାହାକୁ ନେଇ ଚିନ୍ତାରେ 26ଟି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Oct 29, 2019, 7:41 AM IST

ଜଗତସିଂହପୁର: ଜିଲ୍ଲାରୁ କଟକ ସହ ଯୋଡୁଥିବା ଆଳିପିଙ୍ଗଳ ଦେବୀନଦୀ ପୋଲ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଯାହାକୁ ନେଇ କଟକ ଜିଲ୍ଲା ନିଆଳି ବ୍ଲକର 18 ଟି ଗ୍ରାମ ଓ ଜଗତସିଂହପୁର ଜିଲ୍ଲାର 2ଟି ପଞ୍ଚାୟତର 8ଟି ଗ୍ରାମର ପ୍ରାୟ 30 ହଜାର ଲୋକ ଏବେ ଚିନ୍ତାରେ ।

ବିପଦସଙ୍କୁଳ ଅବସ୍ଥାରେ ଆଳିପିଙ୍ଗଳ ଦେବୀ ନଦୀ ପୋଲ...

25 ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା ଆଳିପିଙ୍ଗଳ ଦେବୀ ନଦୀ ପୋଲ। ଏଠାରେ କଟକ ଓ ଜଗତସିଂହପୁର ଜିଲ୍ଲାର ସୀମା ରେ ପ୍ରବାହିତ ହେଉଥିବାରୁ ରାଜସ୍ୱ ବିଭାଗ ପକ୍ଷରୁ 2ଟି ବାଲିଘାଟ ନିଲାମ ଦିଆଯାଇଛି। ଗୋଟେ ପଟେ ଜଗତସିଂହପୁର ଜିଲ୍ଲାରୁ ନିଲାମ ଦିଆଯାଇଥିବା ବେଳେ ନଦୀର ଅନ୍ୟ ପଟେ କଟକ ଜିଲ୍ଲା ପକ୍ଷରୁ ବାଲିଘାଟ ନିଲାମ ଦିଆଯାଇଛି। ଯାହାକୁ ନେଇ ଉଭୟ ପଟ ଆସୁଥିବା ଟ୍ରକ ଟ୍ରକ ବାଲି ପୋଲ ନିକଟରୁ ଉଠାଯାଉ ଥିବାରୁ ପୋଲ ଦୁର୍ବଳ ହେବାରେ ଲାଗିଛି।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ପୋଲକୁ ବିପଦ ସଂକୁଳ ଘୋଷଣା କରିବା ସହ ଭାରି ଯାନ ଚଳାଚଳ ଉପରେ କଟକଣା ଜାରି କରିଛି। ମରାମତି ଅଭାବରୁ ପୋଲଟି କେଉଁ ମୁହୂର୍ତ୍ତରେ ଭୁଶୁଡି ପଡିବା ନେଇ ସମ୍ଭାବନା ମଧ୍ୟ ରହିଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରାଯିବାରୁ ସେ ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଦେଇଥିଲେ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details