ଜଗତସିଂହପୁର:ହୀରାକୁଦରୁ ବନ୍ୟାଜଳ ପହଞ୍ଚିବା ପରେ ମହାନଦୀ ଫୁଲି ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏନେଇ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତେବେ ଗୁରୁବାର ଅପରାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନ ଓ ଉପମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନ ବ୍ଲକର ଗୋପିଆ କୂଦ, ଆଦିବାସୀ ପଡ଼ା, ସମାନ୍ତରା ପୁର, ଆମ୍ବକୀ, ବୁଲି ଦେଖିଥିଲେ । ସେହିପରି ଉପମୁଖ୍ୟ ଶାସନ ସଚିବ କୁଜଙ୍ଗ ବ୍ଲକର ରାହମା ଓ ହରିପୁର ଅଞ୍ଚଳ ଗସ୍ତ କରିବା ସହ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ସରକାରୀ ହିସାବରୁ ଜଣାପଡିଛି ଯେ, କୁଜଙ୍ଗ ବ୍ଲକର 11 ଟି ପଞ୍ଚାୟତ, 34 ଟି ଗ୍ରାମର 14,967 ଜଣ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଥିବା ବେଳେ 800 ଶହ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି ।