ଓଡିଶା

odisha

ETV Bharat / state

ଅବାଧ ଜଙ୍ଗଲ କାଟ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ, ଶିକାରୀ କବଳରେ ଆସି ଯାଉଛି ଜୀବନ

ଜଗତସିଂହପୁରରେ ପାରାଦୀପ ଭାରତୀୟ ତୈଳ ବିଶୋଧନାଗାର ନିକଟରୁ ହରିଣ ମୃତଦେହ ଉଦ୍ଧାର । ଅବାଧ ଜଙ୍ଗଲ କାଟ ଯୋଗୁଁ ବନ୍ୟଜନ୍ତୁ ମୃତ୍ୟୁ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Apr 2, 2023, 8:16 PM IST

deer died in jagatsinghpur
ହରିଣ ମୃତଦେହ ଉଦ୍ଧାର

ଅବାଧ ଜଙ୍ଗଲ କାଟ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ

ଜଗତସିଂହପୁର: ବିପଦରେ ବନ୍ୟଜନ୍ତୁ । ଜଙ୍ଗଲ ସଫା ହେବା ଯୋଗୁଁ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି । ଫଳରେ କେତେବେଳେ ଶିକାରୀଙ୍କ ହାବୁଡରେ ତ ପୁଣି କେତେବେଳ ଦୁର୍ଘଟଣାରେ ନିଜର ପ୍ରାଣ ହରାଉଛନ୍ତି । ଜଗତସିଂହପୁର ଜିଲ୍ଲା ପାରାଦୀପ ଭାରତୀୟ ତୈଳ ବିଶୋଧନାଗାର ପଛପଟ ଗେଟ ପାଖରେ ଏକ ହରିଣର ମୃତଦେହ ଉଦ୍ଧାର ହୋଇଛି । କିପରି ହରିଣର ମୃତ୍ୟୁ ହେଲା ସେନେଇ ଜଣାପଡ଼ିନଥିବାବେଳେ ତାର ଶରୀରରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ଆଦିବାସୀ ଭାଷାରେ ପାଠ୍ୟକ୍ରମ ନେଇ ଦେଲେ ଆଭାସ

ପାରାଦୀପ ଭାରତୀୟ ତୈଳ ବିଶୋଧନାଗାର ନିକଟରେ କିଛି ବୁଲା କୁକୁର, ହରିଣଟିକୁ ଭିଡି ନେଉଥିବା ବେଳେ ସ୍ଥାନୀୟ ଲୋକେ ହରିଣକୁ ଉଦ୍ଧାର କରିଥିଲେ । ଉକ୍ତ ହରିଣଟିର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଅଭୟ ଚାନ୍ଦପୁର ଥାନା ଜରିଆରେ ଡିଏଫଓଙ୍କୁ ଖବର ଦେଇଥିଲେ । ମାତ୍ର ଡିଏଫଓ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:ଶାସନ କେନାଲରେ ବରଯାତ୍ରୀ ଗାଡି ଦୁର୍ଘଟଣା, ତଦନ୍ତ ଆରମ୍ଭ କଲା ଓଡିଶା ରୋଡ଼ ସେଫ୍ଟି ସେଲ

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାରାଦୀପ ତୈଳ ବିଶୋଧନାଗାର ପାଖଦେଇ ଯାଇଥିବା ହଜାର ହଜାର ଝାଉଁ ବଣକୁ କିଛି ଜମି ମାଫିଆ ରାତାରାତି କାଟି ଲୁଟ୍‌ କରୁଥିବା ଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଜଙ୍ଗଲରେ ବସବାସ କରୁଥିବା ହରିଣ, ବାରାହା ଓ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଏବେ ଜନବସତି ମୁହାଁ ହେଉଛନ୍ତି । ଜଙ୍ଗଲ କଟାଯାଉଥିବା ଭୟରେ ଏଣେତେଣେ ଘୁରି ବୁଲୁଛନ୍ତି । ଯାହାକୁ ନେଇ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:କଳାହାଣ୍ଡିକୁ ଲମ୍ବିଛି ଜାଲ ସାର୍ଟିଫିକେଟ ଚେର!, ୭୮ ଆବେଦନକାରୀଙ୍କ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ପଠାଯାଇଛି

ଅପର ପକ୍ଷରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ଇଡକୋ ପକ୍ଷରୁ ଦିଆଯାଇଥିବା ଜମିରେ କର୍ତ୍ତୃପକ୍ଷ ପ୍ରାଚୀର ନିର୍ମାଣ କରି ସାରିଛନ୍ତି । ପ୍ରାଚୀର ଭିତରେ ଥିବା ଝାଉଁ ଜଙ୍ଗଲ ଗୁଡିକ କଟା ଯାଉଥିବାରୁ ସେଠାରେ ଥିବା ହରିଣ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି ଏବଂ ଶିକାରୀଙ୍କ ହାବୁଡ଼େ ପଡି ସେମାନଙ୍କ ଜୀବନ ଯାଉଛି । ଏଥିପ୍ରତି ପ୍ରଶାସନ ଓ ଜଙ୍ଗଲ ବିଭାଗ ଦୃଷ୍ଟି ଦେବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details