ଓଡିଶା

odisha

ETV Bharat / state

ବାତ୍ୟା ପ୍ରଭାବକୁ ନେଇ ପାରାଦ୍ୱୀପରେ ବିପଦ ସଙ୍କେତ - ପାରାଦ୍ୱୀପରେ ବିପଦ ସଙ୍କେତ

ପାରାଦ୍ୱୀପରେ ସମ୍ଭାବ୍ୟ ବାତ୍ୟା ଅସାନୀର ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ କରିଛି ପ୍ରଶାସନ। ଅଧିକ ପଢ଼ନ୍ତୁ

ବାତ୍ୟା ପ୍ରଭାବକୁ ନେଇ ପାରାଦ୍ୱୀପରେ ବିପଦ ସଙ୍କେତ
ବାତ୍ୟା ପ୍ରଭାବକୁ ନେଇ ପାରାଦ୍ୱୀପରେ ବିପଦ ସଙ୍କେତ

By

Published : May 9, 2022, 10:58 PM IST

ଜଗତସିଂହପୁର :ପାରାଦ୍ୱୀପରେ ସମ୍ଭାବ୍ୟ ବାତ୍ୟା ଅସାନୀର ପ୍ରଭାବ । ପାରାଦ୍ୱୀପ ସମୁଦ୍ରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀ ମାନଙ୍କୁ ତୁରନ୍ତ ଫେରି ଆସିବାକୁ କୁହାଯାଇଛି । ଆସନ୍ତାକାଲି ସୁଦ୍ଧା ବାତ୍ୟାର ପ୍ରଭାବରେ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ବାତ୍ୟା ପ୍ରଭାବକୁ ନେଇ ପାରାଦ୍ୱୀପରେ ବିପଦ ସଙ୍କେତ

ବିଶେଷ କରି ପାରାଦ୍ୱୀପର ଷଣ୍ଢକୂଦ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ସେ ନେଇ ପାରାଦ୍ୱୀପ ପୌର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବର୍ଷାର ସ୍ଥିତି ଦେଖି ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details