ଜଗତସିଂହପୁର: ନଦୀରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ । ତିର୍ତ୍ତୋଲ ଥାନା ଅନ୍ତର୍ଗତ ଚାରିତୋଳ ମହାନଦୀ ପୋଲ ତଳେ ଜଣେ ଯୁବକର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତଦେହଟିକୁ ଦେଖି ସ୍ଥାନୀୟ ଲୋକେ ତିର୍ତ୍ତୋଲ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବହୁଦିନ ହେବ ମୃତଦେହଟି ପାଣିରେ ପଡି ରହିଥିବାରୁ ଶରୀରର ବହୁଅଂଶ ନଷ୍ଟ ହୋଇ ଯାଇଛି। ତେଣୁ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।
ମହାନଦୀରୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର - jagatsinghpur district news
ଜଗତସିଂହପୁର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଚାରିତୋଳ ମହାନଦୀ ପୋଲ ତଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । କାରଣ ଅସ୍ପଷ୍ଚ ଥିବାବେଳେ ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ...

ମହାନଦୀରୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ମହାନଦୀରୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ଯୁବକ ଜଣଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଛି ନାଁ ଯୁବକ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ତିର୍ତ୍ତୋଲ ପୋଲିସ ନିଜ ଆଡୁ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ