ଜଗତସିଂହପୁର:ପାରାଦ୍ୱୀପ ନେହୁରୁ ବଙ୍ଗଳା ମାଛଧରା ବନ୍ଦର ନିକଟରେ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଠାବ । ମୃତଦେହଟି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ହେମନ୍ତ ମଳିକଙ୍କ ହୋଇଥିବା ବେଳେ ମାଛଧରା ଜେଠି ଭିତରକୁ ଯୁବକଙ୍କ ମୃତଦେହ କିପରି ଆସିଲା ସେନେଇ ପାରାଦ୍ୱୀପ ପୋଲିସର ତଦନ୍ତ ଜାରି ରହିଛି । ତେବେ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ଅଜାଙ୍କ ଦଶାହରେ ଗାଧୋଇବାବେଳେ ଖସିଗଲା ଗୋଡ, ଚାଲିଗଲା 2ନାତିଙ୍କ ଜୀବନ
ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନେହୁରୁ ବଙ୍ଗଳା ମାଛଧରା ବନ୍ଦର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ନେହେରୁ ବଙ୍ଗଳାର ଏହି ମାଛଧରା ଜେଠି ଭିତରକୁ ଯୁବକଙ୍କ ଶବ କିପରି ଆସିଲା ତାକୁ ନେଇ ପାରାଦ୍ୱୀପ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ତେବେ ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନୂଆଙ୍କ ଅଞ୍ଚଳର ହେମନ୍ତ ମଳିକ ନାମକ ଜଣେ ଯୁବକ ପାରାଦ୍ୱୀପରେ ମମତା ମହିମା ନାମକ ଏକ ବୋଟରେ କାମ କରୁଥିଲେ । ସେ ଗତ 22 ତାରିଖ ଦିନ ସମୁଦ୍ରରୁ ମାଛମାରି ଫେରିବା ପରେ ନିଖୋଜ ହୋଇ ଯାଇଥିଲେ । ବହୁ ଖୋଜାଖୋଜି ପରେ ହେମନ୍ତ ନମିଳିବା ପରେ ବୋଟ ମାଲିକ ଥାନାରେ ଏନେଇ ଅଭିଯୋଗ କରିବା ସହିତ ହେମନ୍ତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ପରିବାର ଲୋକେ ମଧ୍ୟ ପାରାଦ୍ୱୀପରେ ହେମନ୍ତଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ହେମନ୍ତଙ୍କ ପତ୍ତା ମିଳିନଥିଲା ।