ଓଡିଶା

odisha

ETV Bharat / state

୨୦୨୪ ପାଇଁ ସରଗରମ ରାଜନୀତି; ନିର୍ବାଚନ ଲଢିପାରନ୍ତି ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ବୋହୂ - ଜଗତସିଂହପୁର ଖବର

୨୦୨୪ରେ ନିର୍ବାଚନ ଲଢିପାରନ୍ତି ପୂର୍ବତନ ବାଲିକୁଦା ବିଧାୟକ ଉମେଶ ସ୍ବାଇଁଙ୍କ ବୋହୂ ଶିଖା ସ୍ବାଇଁ । ଅଧିକ ପଢନ୍ତୁ

ନିର୍ବାଚନ ଲଢିପାରନ୍ତି ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ବୋହୂ
ନିର୍ବାଚନ ଲଢିପାରନ୍ତି ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ବୋହୂ

By

Published : Apr 25, 2023, 11:35 AM IST

ନିର୍ବାଚନ ଲଢିପାରନ୍ତି ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ବୋହୂ

ଜଗତସିଂହପୁର:୨୦୨୪ ନିର୍ବାଚନକୁ ଆହୁରି ବର୍ଷେ ସମୟ ବାକି ଥିବାବେଳେ ଜଗତସିଂହପୁର ଜିଲ୍ଲାରେ ରାଜନୈତିକ ବାତାବରଣ ଧୀରେଧୀରେ ଉଷ୍ମ ହେବାରେ ଲାଗିଲାଣି । ନେତାମାନେ ଏବେଠାରୁ ନିଜର ପତିଆରା ଜାହିର କରିବା ଲକ୍ଷ୍ୟରେ ସାଧାରଣ ଭୋଟରଙ୍କ ନିକଟତର ହେବାକୁ ଲାଗି ପଡିଲେଣି । କିଏ ବନ୍ଧୁ ମିଳନ ନାମରେ କର୍ମୀ ସମ୍ମିଳନୀ କରୁଛି ତ ଆଉ କିଏ ଗାଁ ଗାଁ ବୁଲି ବିଭିନ୍ନ ଉତ୍ସବରେ ଯୋଗ ଦେଇ ନିଜର ଲୋକପ୍ରିୟତା ବଢାଇବାକୁ ଚେଷ୍ଟା କରୁଛି । ଜଗତସିଂହପୁର ଜିଲ୍ଲାରେ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଏବେ ବେଶ୍ ଚର୍ଚ୍ଚାର ରହିଛି ବାଲିକୁଦା-ଏରସମା ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ । ଏହି ଦୁଇ ଆସନ ପାଇଁ ଏକାଧିକ ଆଶାୟୀ ଏବେଠୁ ଗୋଡ଼ ଟେକି ବସିଲେଣି ।

ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ଯୁବ ସଭାପତି ଆଶାୟୀ ଅଛନ୍ତି । ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ବର୍ତ୍ତମାନର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ କଂଗ୍ରେସର ଜଣେ ଟାଣୁଆ ନେତା ବିଜେଡିରେ ସାମିଲ ହୋଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟରେ ଲଢ଼ିବା ଆଶାରେ ଥିବା ଚର୍ଚ୍ଚା ଜୋର ଧରିଛି । ସେହିପରି ବାଲିକୁଦା ନିର୍ବାଚନ ମଣ୍ଡଳୀରେ ବିଜେଡି ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ରଘୁନନ୍ଦନ ଦାସଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଥିବାରୁ ସେ ଦୀର୍ଘ ଦିନ ହେବ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଇପାରୁ ନାହାନ୍ତି । ତେଣୁକରି ୨୦୨୪ ନିର୍ବାଚନରେ ସେ ତାଙ୍କ ପୁଅକୁ ପ୍ରାର୍ଥୀ କରିବା ପାଇଁ ପ୍ରୟାସ ଆରମ୍ଭ କରୁଥିବା ବେଳେ ଇତିମଧ୍ୟରେ ପୂର୍ବତନ ବିଧାୟକ ସ୍ବର୍ଗତ ଉମେଶ ସ୍ୱାଇଁଙ୍କ ବୋହୂ ଶିଖା ସ୍ୱାଇଁ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ।

ଅବିଭକ୍ତ ବାଲିକୁଦା ନିର୍ବାଚନ ମଣ୍ଡଳୀରେ ସ୍ବର୍ଗତ ଉମେଶ ସ୍ୱାଇଁଙ୍କର ବେଶ୍ ଦବଦବା ରହିଥିଲା । ସେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଜନତା ଦଳରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ କଂଗ୍ରେସ ଦଳରୁ ସେ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶ୍ବଶୁରଙ୍କ ଲୋକପ୍ରିୟତାକୁ ଆଧାର କରି ଲୋକଙ୍କ ପାଖକୁ ଯିବାକୁ ଆଶା ରଖିଛନ୍ତି ବୋହୂ ଶିଖା ସ୍ବାଇଁ । ସେ ଉମେଶ ସ୍ୱାଇଁଙ୍କ ନାମରେ ଏକ ଟ୍ରଷ୍ଟ ଗଠନ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଥିବା କହିଛନ୍ତି । ଟ୍ରଷ୍ଟ ଗଠନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details