ଓଡିଶା

odisha

ETV Bharat / state

'ବୁଲବୁଲ' ପ୍ରସ୍ତୁତି, ଜଗତସିଂହପୁରରେ ୩୧୬ ଲୋକ ସୁରକ୍ଷିତ ସ୍ଥାନାନ୍ତର

ସମ୍ଭାବ୍ୟ ବାତ୍ୟା ବୁଲବୁଲ ପାଇଁ ଜଗତସିଂହପୁରରେ ପ୍ରସ୍ତୁତି ଆରମ୍ଭ । ଧିରେ ଧିରେ ପବନର ବେଗ ବଢିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା ୩୧୬ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ଅଧିକ ଖବର ପଢନ୍ତୁ...

By

Published : Nov 8, 2019, 11:15 PM IST

ବାତ୍ୟା 'ବୁଲବୁଲ' ପ୍ରସ୍ତୁତି, ଜଗତସିଂହପୁରର ୩୧୬ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଜଗତସିଂହପୁର: ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯାହା ଫଳରେ ମାଡିଆସୁଥିବା ଏହି ସାମୁଦ୍ରିକ ଝଡର ପ୍ରଭାବ ରାଜ୍ୟର ଉପକୂଳ ଅଞ୍ଚଳରେ ଦେଖିବାକୁ ମିଳିବ । ବର୍ତ୍ତମାତନ ଏହି ସମ୍ଭାବ୍ୟ ବାତ୍ୟା ବୁଲବୁଲ୍ ଯୋଗୁଁ ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଗଲାଣି ।

ବାତ୍ୟା 'ବୁଲବୁଲ' ପ୍ରସ୍ତୁତି, ଜଗତସିଂହପୁରର ୩୧୬ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଲୋକଙ୍କୁ ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ଜଗତସିଂହପୁର ଓ ପାରାଦୀପ ଅଞ୍ଚଳରେ ପବନର ଗତି ଧିରେ
ଧିରେ ବଢିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା ୩୧୬ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଛି ।

ଏହାସହ ଆବଶ୍ୟକସ୍ଥଳେ ଦରକାର ପଡିଲେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ସହ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details