ଓଡିଶା

odisha

ETV Bharat / state

ଜଗତସିଂହପୁରରେ ବିଦ୍ୟୁତକାଟ ଅଭିଯାନ ଆରମ୍ଭ କଲା ସେସୁ - curresnt disconnect in sesu

ଗୁରୁବାର ଠାରୁ ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ କରିଛି ସେସୁ।

current disconnect
ବିଜୁଳି କଟା ଅଭିଯାନ ଆରମ୍ଭ କଲା ସେସୁ

By

Published : Jan 16, 2020, 10:42 PM IST

ଜଗତସିଂହପୁର: ଗୁରୁବାର ଠାରୁ ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ କରିଛି ସେସୁ। ସେସୁ ପକ୍ଷରୁ ଦିଅଯାଇଥିବା ଡେଡଲାଇନ ସରିଯିବା ପରେ ଗୁରୁବାର 27ଟି ବିଜୁଳି ବିଚ୍ଛିନ୍ନ ସ୍କ୍ବାର୍ଡ଼ ଗଠନ କରାଯାଇଛି।

ବିଜୁଳି କଟା ଅଭିଯାନ ଆରମ୍ଭ କଲା ସେସୁ

ବିଜୁଳି କଟିବା ଭୟରେ ଆଜି(ଗୁରୁବାର) ଗୋଟିଏ ଦିନରେ 7 ଲକ୍ଷ 50 ହଜାର ଟଙ୍କାର ବେକେୟା ଅର୍ଥ ଲୋକେ ଦେଇ ଦେଇଛନ୍ତି। ପ୍ରଥମ ଦିନରେ 60 ଟି କମାର୍ସିଆଲ ବିଜୁଳି ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି।

ସେସୁ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଜିଲ୍ଲାରେ 28 ହଜାର 4 ଶହ 8 ଜଣଙ୍କୁ ବିଜୁଳି ବିଚ୍ଛିନ୍ନ ପାଇଁ ନୋଟିସ ଜାରି କରାଯାଇ ଥିବାବେଳେ ଏମାନଙ୍କ ଉପରେ 4 କୋଟି 97 ଲକ୍ଷ ଟଙ୍କାର ବକେୟା ପଡି ରହିଛି ।


ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details