ଜଗତସିଂହପୁର: ନୂଆବର୍ଷ ଅବସରରେ ନେଇ ଓଡିଶାର ପ୍ରମୁଖ ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିରରେ ବେଶ ଭିଡ ପରିଲକ୍ଷିତ ହୋଇଛି। ଭିଡକୁ ଆଖିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।
ନୂଆବର୍ଷ ପାଇଁ ମା’ ଶାରଳାଙ୍କ ମନ୍ଦିରରେ ଭିଡ - ମା ଶାରଳାଙ୍କ ମନ୍ଦିରରେ ଭିଡ
ନୂଆବର୍ଷ ଅବସରରେ ନେଇ ଓଡିଶାର ପ୍ରମୁଖ ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିରରେ ବେଶ ଭିଡ ପରିଲକ୍ଷିତ ହୋଇଛି।
ନୂଆବର୍ଷ ପାଇଁ ମା ଶାରଳାଙ୍କ ମନ୍ଦିରରେ ଭିଡ
ନୂଆବର୍ଷ ପାଇଁ ରାତି 2ଟାରେ ନୀତି ଆରମ୍ଭ କରାଯାଇଥିଲା। ନୀତିରେ ପ୍ରଥମେ ଦ୍ଵାର ଫିଟା ନୀତି ସମାପନ କରାଯାଇ କରାଯିବା ସହ ପର୍ଯ୍ୟାୟ କ୍ରମେ ମଙ୍ଗଳ ଆଳତୀ, ମଇଲମ ଓ ମଧୁସ୍ନାନ କରାଯାଇଥିଲା। ଏହାପରେ ସର୍ବସାଧାରଣଙ୍କୁ ଦର୍ଶନ ପାଇଁ ଛଡାଯାଇଥିଲା। ନୂଆବର୍ଷରେ ମା’ ଶାରଳାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ
Last Updated : Jan 1, 2020, 6:18 PM IST