ଓଡିଶା

odisha

By

Published : Jul 2, 2023, 10:22 PM IST

Updated : Jul 2, 2023, 10:34 PM IST

ETV Bharat / state

କୁଜଙ୍ଗ ଡବଲ ମର୍ଡର ଘଟଣା, ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ

କୁଜଙ୍ଗ ଡବଲ ମର୍ଡର ଘଟଣା । ଅଭିଯୁକ୍ତ କାଳିଆ ନାଥ ଓରଫ ଚିଣ୍ଟୁକୁ ଦିନିକିଆ ରିମାଣ୍ଡରେ ଆଣି ହତ୍ୟାକାଣ୍ଡର ସିନ ରିକ୍ରିଏସନ କରିଛି କୁଜଙ୍ଗ ପୋଲିସ । ଅଧିକ ପଢ଼ନ୍ତୁ

kujanga double murder case
କୁଜଙ୍ଗ ଡବଲ ମର୍ଡର ଘଟଣା

କୁଜଙ୍ଗ ଡବଲ ମର୍ଡର ଘଟଣା

ଜଗତସିଂହପୁର: କୁଜଙ୍ଗ ଥାନା ଅନ୍ତର୍ଗତ ଏକ୍ସପ୍ରେସ କଲୋନୀରେ ଦୁଇଜଣ ମହିଳାଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ କାଳିଆ ନାଥ ଓରଫ ଚିଣ୍ଟୁକୁ ଦିନିକିଆ ରିମାଣ୍ଡରେ ଆଣିଛି ପୋଲିସ । ରିମାଣ୍ଡ ବେଳେ କୁଜଙ୍ଗ ପୋଲିସ ଘଟଣାର ସିନ ରିକ୍ରିଏସନ କରିଛି । ଘଟଣା ଦିନ ଅଭିଯୁକ୍ତ କିଭଳି ଦୁଇ ମହିଳାଙ୍କୁ ଆକ୍ରମଣ କଲା ତାହାର ଡେମୋ ଦେଖାଇଛି ।

ଏହା ମଧ୍ୟ ପଢ଼ନ୍ତୁ:Double Murder In Kujanga: ଦୁଇ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ଯୁବକ

ପ୍ରକାଶ ଥାଉକି, କୁଜଙ୍ଗ ବଜାରର କିଛି ଦୂରରେ ଥିବା ଏକ୍ସପ୍ରେସ କଲୋନୀରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳ ନିର୍ମଳା ଲେଙ୍କା ନାମକ ଜଣେ ମହିଳା ଭଡ଼eରେ ରହୁଥିଲେ । ଗତ ମେ' 18 ତାରିଖ ଦିନ ସକାଳେ ନିର୍ମଳା ଲେଙ୍କା ସକାଳ ଭ୍ରମଣରେ ଯିବା ସମୟରେ ଅଭିଯୁକ୍ତ କାଳିଆ ନାଥ ଏକ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲା । ତାଙ୍କ ବେକକୁ ଚୋଟ ପରେ ଚୋଟ ମାରିବାରୁ ଘଟଣାସ୍ଥଳରେ ହିଁ ନିର୍ମଳାଙ୍କ ମୃତ୍ୟୁ ଘଟିଥିଲା । ସେହି ରାସ୍ତାରେ ଯାଉଥିବା ଅନିତା ରାଉତ ନାମକ ଜଣେ ମହିଳା ଏହି ଘଟଣା ଦେଖି ଚିତ୍କାର କରିବାରୁ ଅଭିଯୁକ୍ତ ତାଙ୍କୁ ବି ଖଣ୍ଡାରେ ହାଣି ପକାଇଥିଲା । ଏଥିରେ ଅନିତାଙ୍କ ପୁଅ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ କାବୁ କରିଥିଲେ । ଅନୀତା ରାଉତଙ୍କୁ ଗୁରୁତର ଅବସ୍ଥାରେ କୁଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଖୋଲିଲା ଗୁଣପୁର ଡବଲ ମର୍ଡର ମିଷ୍ଟ୍ରି, ଜମି ବିବାଦରୁ ପ୍ରଥମ ପରେ ସୁପାରି ଟଙ୍କାକୁ ନେଇ ଦ୍ବିତୀୟ ହତ୍ୟା

ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମହିଳାଙ୍କ ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଲାଗି ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଛି । ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଅଭିଯୁକ୍ତ ପୋଲିସକୁ ଡେମୋ ଦେଖାଇଛି । ତେବେ କେଉଁ କାରଣରୁ ଦୁଇ ମହିଳାଙ୍କୁ ଅଭିଯୁକ୍ତ ହତ୍ୟା କଲା ସେ ସମ୍ପର୍କରେ ପୋଲିସ ସ୍ପଷ୍ଟ କରିନାହିଁ । ପୂର୍ବ ଶତ୍ରୁତା ନା, ଏହା ପଛରେ ଆଉ କେଉଁ କାରଣ ରହିଛି ବିଭିନ୍ନ ଦିଗକୁ ନେଇ କୁଜଙ୍ଗ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି ନା ନାହିଁ ପୋଲିସ ତାର ଅନୁସନ୍ଧାନ କରୁଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jul 2, 2023, 10:34 PM IST

ABOUT THE AUTHOR

...view details