ଓଡିଶା

odisha

ETV Bharat / state

ଦରଦାମ ବୃଦ୍ଧି ନେଇ କେନ୍ଦ୍ର ବିରୋଧରେ CPIMର ବିକ୍ଷୋଭ

ତୈଳ ଦର ବୃଦ୍ଧି ପ୍ରତିବାଦରେ ପୁରୀରେ CPIMର ବିରୋଧ । କେନ୍ଦ୍ର ବିରୋଧରେ ଗର୍ଜିଲେ ସିପିଆଇଏମ କର୍ମୀ । କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲରୁ ଶ୍ଲୁକ ଛାଡ କଲେ ତୈଳ ଦର ହ୍ରାସ ପାଇବ ବୋଲି କହିଛନ୍ତି ସିପିଆଇଏମ କର୍ମୀ । ଅଧିକ ପଢନ୍ତୁ...

By

Published : Jun 7, 2021, 3:02 PM IST

CPIM protest in puri
ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ CPIMର ବିକ୍ଷୋଭ

ପୁରୀ: ତୈଳ ଓ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ବିରୁଦ୍ଧରେ ପୁରୀ ଜିଲ୍ଲା CPIMର ପ୍ରତିବାଦ । ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦର ବୃଦ୍ଧି ବିରୁଦ୍ଧରେ ଓ କୋରୋନା ସହାୟତା ପାଇଁ ଆଜି CPIM ପୁରୀ ବଡଦାଣ୍ଡରେ ଥିବା ପେଟ୍ରୋଲ ଟାଙ୍କି ସାମନାରେ ପ୍ରତିବାଦ କରାଯାଇଛି।

ମୋଦି ସରକାର ଆଚ୍ଛେ ଦିନର ପ୍ରତିଶୃତି ଓ ସବକା ବିକାଶ କଥା କହି ସାତ ବର୍ଷ ତଳେ କ୍ଷମତାକୁ ଆସିଲା ପରେ ବଡ଼ ବ୍ୟବସାୟୀ ଓ କର୍ପୋରେଟ ମାନଙ୍କୁ ସାତ ବର୍ଷରେ ସାଢେ ସାତ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ ଟିକସ ଛାଡ଼ କଲେ । ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସରେ ଦର ବଢିଲା । ଏହା ସହ ଖାଦ୍ୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇଛି । 2014 ମସିହାରେ ଆନ୍ତର୍ଜାତିକ ସ୍ତରରେ ବ୍ୟାରେଲ ପିଛା 128ଡଲାର ଥିଲା ବେଳେ ପେଟ୍ରୋଲ 64ଟଙ୍କା ଗ୍ୟାସ 420 ଟଙ୍କା ଥିଲା। ଆଜି ଯେତେବେଳେ ବ୍ୟାରେଲ 58ଡଲାର ତେଲ 100 ଟଙ୍କା ଆଉ ଗ୍ୟାସ 837 ଟଙ୍କା ଖାଇବା ତେଲ, ଡାଲି,ମଟର ଦାମ ଆକାଶ ଛୁଆଁ । ତୈଳରେ କେନ୍ଦ୍ର 37 ଟଙ୍କା ରାଜ୍ୟ 22ଟଙ୍କା ଟିକସ ନନେଇ ଯଦି GST ଲାଗୁ ହୁଏ ତେଲ 40ଟଙ୍କାରେ ମିଳିବ।

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ CPIMର ବିକ୍ଷୋଭ

କୋରୋନା ବେଳେ ଲୋକଙ୍କ ଜୀବିକା ଉଜୁଡି ଯାଇଛି। ଆର୍ଥିକ ସହାୟତା ନଦେଇ ଲକଡାଉନ କରି ଲୋକଙ୍କୁ ଭୋକ ଉପାସରେ ଠେଲି ଦେଲେ ସରକାର । ସବୁ ଜିନିଷର ଦର ବୃଦ୍ଧି ସେପଟେ ରୋଜଗାର ନାହିଁ । ତୁରନ୍ତ ତୈଳ ଦର,ଗ୍ୟାସ ଦର, ଖାଦ୍ୟ ସାମଗ୍ରୀ ଦର ଉପରେ ଅଙ୍କୁଶ ଲଗାଅ ଓ ଦର ହ୍ରାସ କର ନଚେତ ମୋଦି ସରକାର ଗାଦି ଛାଡ଼ ଓ ଆମ ପୁରୁଣା ଦିନ ଫେରେଇ ଦିଅ ବୋଲି ସ୍ଲୋଗାନ ମାନ ଦେଇଥିଲେ CPIM କର୍ମୀ ।

କୋରୋନାରେ GDP -7%, ଲୋକ ଲକଡାଉନରେ ରହି ରୋଜଗାର ହରାଇଲେଣି କିନ୍ତୁ ଅମ୍ବାନୀର ଘଂଟାକୁ 95 କୋଟି ଓ ଅଦାନୀର 75କୋଟି ଲାଭ । ଧନୀ ସଂଖ୍ୟା ବଢ଼ି ଚାଲିଛି । ଲୋକେ ଦାରିଦ୍ର ସୀମାରେଖା ତଳକୁ ଗଲେଣି । ମୋଦି ସରକାର ସାତ ବର୍ଷରେ ସତୁରି ବର୍ଷର ସମ୍ପଦକୁ ଲୋକଙ୍କ ଠାରୁ ଛଡାଇ ନେଲେଣି । ମୋଦି ହଟାଅ, ଦେଶ ବଞ୍ଚାଓ ନାରା ଦେଇ ଏହି ପ୍ରତିବାଦ କରାଯାଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details