ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିବା ନିୟମ ଅନୁସାରେ କୋଭିଡ ଆକ୍ରନ୍ତ ଆଜି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ନିରଞ୍ଜନ ସାହୁ ନାମକ ଜଣେ କୋରୋନା ଆକ୍ରାନ୍ତ ସନ୍ଧ୍ୟା 5ଟା 45 ମିନିଟରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ 177 ନଂ ବୁଥକୁ ଯାଇ ମତଦାନ କରିଥିଲେ ।
ତିର୍ତ୍ତୋଲ ଉପନିର୍ବାଚନ: କୋଭିଡ ଆକ୍ରାନ୍ତଙ୍କ ମତଦାନ - tirtol byelection
ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିବା ନିୟମ ଅନୁସାରେ କୋଭିଡ ଆକ୍ରାନ୍ତ ଆଜି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କୋଭିଡ ଆକ୍ରାନ୍ତଙ୍କ ମତଦାନ
ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ପିପିଇ କିଟ ପିନ୍ଧିବା ପରେ ମତଦାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କୋଭିଡ ଆକ୍ରାନ୍ତ ଜଣକ ସକାଳୁ ପୋଲିଂ ଅଫିସରଙ୍କୁ ନିଜର ମତଦାନ କରିବାକୁ ଆବେଦନ କରିଥିଲେ । ନିୟମ ଅନୁସାରେ ତାଙ୍କୁ ଟୋକନ ମିଳିଥିଲା । ସମସ୍ତ ମତଦାନ ସରିବା ପରେ କୋଭିଡ ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଅଣାଯାଇ ବୁଥକୁ ନିଆଯାଇଥିଲା । ପରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ