ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଲାଗିଲା ନୂଆବର୍ଷ କଟକଣା: ଡିସେମ୍ବର ୩୧ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ଜଗତସିଂହପୁରରେ ବଡ଼ଦିନ ଓ ନୂଆବର୍ଷ ପାଇଁ ଲାଗିଲା କଟକଣା (Jagatsinghpur New Year Guide Line) । ପ୍ରଥମ କରି ଚଳିତ ବର୍ଷ କଟକଣା ଲଗାଇଲେ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ପ୍ରଥମ କରି ଜଗତସିଂହପୁରରେ ଲାଗିଲା ନୂଆବର୍ଷ କଟକଣା
ପ୍ରଥମ କରି ଜଗତସିଂହପୁରରେ ଲାଗିଲା ନୂଆବର୍ଷ କଟକଣା

By

Published : Dec 23, 2021, 7:43 PM IST

ଜଗତସିଂହପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର 25 ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଲାଗିଲା(Jagatsinghpur New Year Guide Line) । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ଦିନ ଅବସରରେ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ ଓ ଚର୍ଚ୍ଚଗୁଡିକୁ ଡିସେମ୍ବର 25 ଓ 26 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ କରି ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାଯାଇଛି କଟକଣା ।

ସେହିପରି ନୂଆବର୍ଷ ପାଇଁ ମଧ୍ୟ ଡିସେମ୍ବର 31, 1 ଓ 2 ତାରିଖରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ନୂଆବର୍ଷ ସ୍ୱାଗତ ପାଇଁ କୌଣସି କାର୍ଯ୍ୟକ୍ରମ ଆୟୋଜନ ଉପରେ ରୋକ ଲଗାଯାଇଛି । ଏହି ଦିନରେ ହୋଟେଲ, ରେସ୍ତୋରାଁ, ପାର୍କ, କିମ୍ବା ସର୍ବ ସାଧାରଣ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ବାରଣ କରାଯାଇଛି । ଜିଲ୍ଲାରେ ଓମିକ୍ରନ ଭଳି ମାରାତ୍ମକ ଭୂତାଣୁ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ସତର୍କ ହୋଇଛି ।

କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ ନୀତିକାନ୍ତି ସ୍ୱାଭାବିକ କରିବାକୁ ଅନୁମତି ଥିବାବେଳେ ଏହି ଦିନମାନଙ୍କରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ଯିବାକୁ ବାରଣ କରାଯାଇଛି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details