ଓଡିଶା

odisha

ETV Bharat / state

କୋଭିଡ-19: ଜଗତସିଂହପୁରରେ 40 ସ୍ବାବ ନମୁନା ନେଗେଟିଭ - କୋରୋନା ଭାଇରସ ନ୍ୟୁଜ୍‌

ଜିଲ୍ଲାରେ କୋଭିଡ-19କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଜାରି ହୋଇଛି ପ୍ରେସ ବିଜ୍ଞପ୍ତି । ଏହା ଜରିଆରେ ସୂଚନା ଦିଆଯାଇଛି ଯେ ଜିଲ୍ଲାରେ ମୋଟ 2ହଜାର 3 ଶହ 94ଜଣଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଛି । ଅଧିକ ପଢ଼ନ୍ତୁ...

jagatsinghpur
କୋଭିଡ-19: ଜଗତସିଂହପୁରରେ 40 ସ୍ବାବ ନମୂନା ନେଗେଟିଭ

By

Published : Apr 9, 2020, 10:31 PM IST

Updated : Apr 10, 2020, 11:11 AM IST

ଜଗତସିଂହପୁର: ଜିଲ୍ଲାରେ କୋଭିଡ-19କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଜାରି ହୋଇଛି ପ୍ରେସ ବିଜ୍ଞପ୍ତି । ଏହା ଜରିଆରେ ସୂଚନା ଦିଆଯାଇଛି ଯେ ଜିଲ୍ଲାରେ ମୋଟ 2ହଜାର 3 ଶହ 94ଜଣଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଛି । ସେମାନଙ୍କ ମଧ୍ୟରୁ 51 ଜଣଙ୍କ ଲକ୍ଷଣ ଥିବା ଜାଣି ଲାବୋରେଟୋରୀକୁ ସ୍ବାବ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା।

କୋଭିଡ-19: ଜଗତସିଂହପୁରରେ 40 ସ୍ବାବ ନମୁନା ନେଗେଟିଭ

କିନ୍ତୁ ଗୁରୁବାର ରିପୋର୍ଟ ଆସିବା ପରେ 40 ଜଣ ନେଗେଟିଭି ଥିବା ଜଣା ପଡିଛି । ଅବଶିଷ୍ଟ 11 ଜଣଙ୍କ ରିପୋର୍ଟ ବର୍ତ୍ତମାନ ଯାଏଁ ଆସିପାରିନାହିଁ । ଅପରପକ୍ଷରେ ଜିଲ୍ଲାରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରକୁ ବାହାରିବାକୁ ହେଲେ ମାସ୍କ ଲଗାଇବାକୁ ପଡିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସୁଥିବା ଜନସାଧାରଣଙ୍କୁ ମାସ୍କ ଲଗାଇ ଆସିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 10, 2020, 11:11 AM IST

ABOUT THE AUTHOR

...view details